ଶ୍ରମିକଙ୍କ ପାଇଁ ୭୦ହଜାର ଟଙ୍କାର ଟିକଟ କିଣିଲେ କୃଷକ

ନୂଆଦିଲ୍ଲୀ : ନିଜ ଫାର୍ମରେ ନିୟୋଜିତ ୧୦ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରିବା ପାଇଁ ଦିଲ୍ଲୀର ଜଣେ ଛତୁ ଚାଷୀ ପନ୍‌ ସିଂହ ୭୦ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେ ଏହି ଅର୍ଥରେ ଶ୍ରମିକଙ୍କ ପାଇଁ ବିମାନ ଟିକଟ କିଣିଛନ୍ତି। ପପନ୍‌ ତିଗିପୁରଠାରେ ଥିବା ଫାର୍ମରେ ଛତୁ ଚାଷରୁ ବାର୍ଷିକ ୧୨ ଲକ୍ଷ ଟଙ୍କା ରୋଜଗାର କରିଥାଆନ୍ତି। ଏହି ଶ୍ରମିକମାନଙ୍କୁ ସେ ଦୁଇ ମାସ ହେଲା ମାଗଣା ଖାଇବାକୁ ଦେଇ ଥଇଥାନ କରିଥିଲେ। ସେମାନଙ୍କୁ ଶ୍ରମିକ ଟ୍ରେନ୍‌ରେ ପଠାଇବା ପାଇଁ ପଞ୍ଜୀକରଣ କରିଥିଲେ ମଧ୍ୟ ଯାତ୍ରା ସମ୍ଭବ ନ ହେବାରୁ ସେ ବିମାନ ଟିକଟ କିଣିଥିଲେ ବୋଲି ପପନ୍‌ କହିଛନ୍ତି। ଏହି ୧୦ ଶ୍ରମିକ ବିହାର ବାସିନ୍ଦା। ପାଟନା ବିମାନବନ୍ଦରରୁ ସେମାନଙ୍କୁ ସାହର୍ଷାର ଜିଲାର ନିଜ ଘରକୁ ନେବା ପାଇଁ ପପନ୍‌ ଏକ ବସ୍‌ ମଧ୍ୟ ବନ୍ଦୋବସ୍ତ କରିଛନ୍ତି।

Comments are closed.