ସ୍ବାଧୀନ ଭାରତରେ କେତେ ଜଣଙ୍କୁ ମିଳିଛି ଫାଶୀ ? ଫାଶୀ ଦଉଡ଼ିର ଦାମ୍ କେତେ

ସଂପ୍ରତି ଦେଶରେ ନିର୍ଭୟାକାଣ୍ଡର ଅଭିଯୁକ୍ତ ମାନଙ୍କୁ ଫାଶୀ ଦେବା ନେଇ ଆଲୋଚନା ଚାଲିଛି । ଲୋକେ ମଧ୍ୟ ଉତ୍ସୁକତାର ସହ ଏହି ବିଷୟରେ ଜଣିବା ପାଇଁ ଚାହିଁ ରହିଛନ୍ତି । ତେବେ ସ୍ବାଧୀନ ଭାରତରେ କେତେଜଣଙ୍କୁ ମିଳିଛି ଫାଶୀ ? ଆସନ୍ତୁ ସେ ବିଷୟରେ ଜାଣିବା…

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁଯାୟୀ ସ୍ବାଧୀନ ଭାରତରେ ଆଜି ପର୍ଯ୍ୟନ୍ତ ୧୫ ଶହ ଅପରାଧୀଙ୍କୁ ଅଦାଲତ  ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧ ଜଣ ଅପରାଧୀଙ୍କୁ ଫାଶୀ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରୁ କିଛି ଅପରାଧୀଙ୍କୁ କ୍ଷମା ମିଳିଥିବା ବେଳେ ଆଉ କିଛି ଲୋକଙ୍କର ଫାଶୀଖୁଣ୍ଟରେ ଝୁଲିବା ପୂର୍ବରୁ ମୃତ୍ୟୁ ଘଟିଛି ।

ବକ୍ସର ଜେଲ ଅଧୀକ୍ଷକ ବିବିସିକୁ ଦେଇଥିବା ବୟାନ ଅନୁଯାୟୀ, ୨୦୧୬ ପଟିୟାଲା ଜେଲକୁ ଶେଷ ଥର ପାଇଁ ଫାଶୀ ଦଉଡ଼ି ଯୋଗାଇ ଦିଆଯାଇଥିଲା । ସେତେବେଳେ ସେହି ଦଉଡ଼ିର ଦାମ ଥିଲା ୧୭୨୫ ଟଙ୍କା । କିନ୍ତୁ ବର୍ତ୍ତମାନ ଦରଦାମ୍ ବଢି ଯାଇଥିବାରୁ ଏହି ଦଉଡ଼ିର ଦାମ ୨୧୨୦ ଟଙ୍କା ରଖାଯାଇଛି ।

 

Comments are closed.