ପୁରୀ ଠାରୁ ୨୦୦ କିମି ଦୂରରେ ରହିଛି ‘ଫନି’

ଭୁବନେଶ୍ୱର : ରାତି ବଢିବା ସଙ୍ଗେ ସଙ୍ଗେ ‘ଫନି’ର କରାଳ ରୂପ ଭୟାନକ ହେବାରେ ଲାଗିଛି। ରାତିର ଅନ୍ଧକାରକୁ ଭେଦକରି ସ୍ଥଳଭାଗ ଆଡକୁ ମାଡି ଆସୁଛି ‘ଫନି’। ସୂଚନା ଅନୁସାରେ ପୁରୀରୁ ବର୍ତ୍ତମାନ ୨୦୦କିମି ଦୂରରେ ଫନି ରହିଛି। ଶୁକ୍ରବାର ସକାଳ ୮ରୁ ୧୦ଟା ଭିତରେ ପୁରୀ ପାଖାପାଖି ଅଞ୍ଚଳରେ ସ୍ଥଳଭାଗ ଛୁଇଁବ। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବଢିବାରେ ଲାଗିଛି। ବର୍ତ୍ତମାନ ଉପକୂଳ ଅଞ୍ଚଳରେ ପବନର ବେଗ ୬୦-୭୦ କିଲୋମିଟର ବେଗରେ ରହିଛି।

Comments are closed.