ଅତି ଭୀଷଣ ସାମୁଦ୍ରିକ ଝଡ ଫନି’ ପ୍ରଭାବରେ ମେ ୨ ତାରିଖରୁ ଓଡ଼ିଶାରେ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ .- ସାମୁଦ୍ରିକ ଝଡ ଫନି ଅଧିକ ଘନୀଭୂତ ହୋଇ ଭୀଷଣ ଓ ପରେ ଅତି  ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସମୁଦ୍ର ମଧ୍ୟରେ ଫନି ଦିଗ ଓ ଗତି ପରିବର୍ତ୍ତନ କରବ ବୋଲି ଆଶଙ୍କା କରାଯାଉଛି । ଏହା ଉତ୍ତର ଓ ଉତ୍ତର- ପୂର୍ବ ଦିଗରେ ଗତି କରିବା ସହ ସମୁଦ୍ର ମଧ୍ୟରେ ଶକ୍ତିଶାଳୀ ହେବ । ଏଥିଯୋଗୁଁ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ମେ ୧  ତାରିଖରେ ପ୍ରବଳ ବର୍ଷା ସହ  ପବନ ବହିବ । ମାତ୍ର ସମୁଦ୍ର ମଧ୍ୟରେ ଏହା ଦିଗ ପରିବର୍ତ୍ତନ କରି ଉତ୍ତର , ଉତ୍ତର ଓ ପୂର୍ବ ଦିଗରେ ଗତି କରିବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ।  ଏହାର ପ୍ରଭାବରେ ମେ ଏକ ତାରିଖରୁ ବାୟୁଚଳନରେ ପରିବର୍ତ୍ତନ ହେବ ।  ଫନି  ଓଡ଼ିଶା ଉପକୂଳ ଆଡକୁ ମୁହାଁଇବ । ଓଡ଼ିଶା ସହ ପଶ୍ଚିମବଙ୍ଗ  ଗାଙ୍ଗେୟ ଉପତ୍ୟକାରେ  ବର୍ଷା ସମ୍ଭାବନା ରହିଛି । ଆକାଶରେ ମଘ ଢାଙ୍କି ହୋଇ ରହିବ ।  ସ୍କାଏମେଟ୍‌ର ସୂଚନା ଅନୁସାରେ ୨ ତାରିଖରୁ ୫ ତାରିଖ ମଧ୍ୟରେ ଗୋପାଳପୁର, ପୁରୀ, ଭୁବନେଶ୍ୱର, ବାଲେଶ୍ୱର , ବାରିପଦା,  ପଶ୍ଚିମବଙ୍ଗର ମେଦିନାପୁର, କୋଲକାତା ଓ ୨୪ ପ୍ରଗଣାରେ ପ୍ରବଳ ବର୍ଷା ସହ ପବନ ବହିପାରେ ।

 

ମେ ଏକ ତାରିଖରେ ସାମୁଦ୍ରିକ ଝଡ ଫନି ବକ୍ରଗତିରେ (ରିକର୍ଭ ) ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ । ଏହାର ପ୍ରଭାବରେ ମେ ୨ ତିରଖରେ ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ । କୋରପୁଟ ରାୟଗଡା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ  ମେ ୨ ତାରିଖରେ ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି । ମେ ୨ ତାରିଖରେ ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦ରୁ ୫୦ କିଲୋମିଟର ଓ ମେ ୩ ତାରିଖରେ ୫୦ରୁ ୬୦ କିଲୋମିଟର ବେଗର ପବନ ବହିବା ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।,

 

 

 

Comments are closed.