‘ଫନି’ ତିତଲି ଠାରୁ ବଡ କିନ୍ତୁ ଫାଇଲିନ ଠାରୁ ଛୋଟ ଧରଣର ବାତ୍ୟା : ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ବର : ସାମୁଦ୍ରକି ଝଡ ‘ଫନି’କୁ ନେଇ ଆଇଏମଡିର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ ସୂଚନା ଦେଇଛନ୍ତି ଯେ, ‘ଫନି’ ଶୁକ୍ରବାର ଅପରାହ୍ନରେ ପୁରୀ ପାଖାପାଖି ସ୍ଥଳଭାଗରେ ଅତିକ୍ରମ କରିବ। ଏହି ସମୟରେ ପବନ ୧୭୦ରୁ ୧୮୦ ବେଗରେ ବହିବା ସହ ସ୍ଥଳ ବିଶେଷରେ ୨୦୦କିମି ପବନର ବେଗ ରହିବ। ‘ଫନି’ର ପ୍ରକୋପ ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲାରେ ବେଶୀ ରହିବ। ତେବେ ଗୁରୁବାର ଠାରୁ ବର୍ଷା ଆରମ୍ଭ ହୋଇଯିବ। ଶୁକ୍ରବାର ଠାରୁ ପବନ ସହ ବର୍ଷା ହେବ। କିନ୍ତୁ ୪ ତାରିଖ ସକାଳ ସୁଦ୍ଧା ଓଡିଶାରେ ପବନର ବେଗ କମି ଯାଇଥିବ। କେବଳ ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ବର୍ଷା ପବନ ଲାଗି ରହିବ।

‘ଫନି’ ତିତଲି ଠାରୁ ବଡ କିନ୍ତୁ ଫାଇଲିନ ଠାରୁ ଛୋଟ ଧରଣର ବାତ୍ୟା ଅଟେ। ଏହାସହ ‘ଫନି’ ୧୯୯୯ ମହାବାତ୍ୟା ଠାରୁ ଯଥେଷ୍ଟ ଛୋଟ ରହିବ ବୋଲି କହିଛନ୍ତି। ହୁଡହୁଡ ଭଳି ଫନିର ପ୍ରଭାବ ସମାନ ରହିବ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

Comments are closed.