ଅତି ଭୀଷଣ ସାମୁଦ୍ରିକ ଝଡ ‘ଫନି’ର ପ୍ରଭାବରେ ସମୁଦ୍ରରେ ୧.୫ମିଟର ଉଚ୍ଚର ଜୁଆର ଆସିବ

ଭୁବନେଶ୍ବର : ଅତି ଭୀଷଣ ସାମୁଦ୍ରିକ ଝଡ ‘ଫନି’ର ପ୍ରଭାବରେ ସମୁଦ୍ରରେ ୧.୫ମିଟର ଉଚ୍ଚର ଜୁଆର ଆସିବା ନେଇ ସୂଚନା ମିଳିଛି। ଲ୍ୟାଣ୍ଡଫଲ ସମୟରେ ତଳିଆ ଅଞ୍ଚଳରେ ପାଣି ପଶିବାର ସମ୍ଭାବନା ରହିଛି। ତେବେ ଓଡିଶାର ୪ଟି ଜିଲା ଯଥା ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରର ତଳିଆ ଅଞ୍ଚଳ ପାଇଁ ସତର୍କତା ଜାରି କରାଯାଇଛି। ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

 

Comments are closed.