ଫନି ପାଇଁ ଓଡିଶାକୁ ମିଳିଛି ୪ ହଜାର କୋଟି; ଲୋକସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟମନ୍ତ୍ରୀ

ନୂଆଦିଲ୍ଲୀ :  ମଙ୍ଗଳବାର ଲୋକସଭାରେ ପ୍ରଶ୍ନକାଳ ସମୟରେ ଜୁଏଲ ଓରାମ ବାତ୍ୟା ଫନି ସହାୟତା ପ୍ରସଙ୍ଗ ଉଠାଇଥିଲେ।  ଏହାର ଉତ୍ତରରେ କେନ୍ଦ୍ର ଗୃହ ରାଷ୍ଟମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଫନି ପାଇଁ ଓଡିଶାକୁ ମୋଟ୍ ୪ ହଜାର ୬୭୯.୮୯୬ କୋଟି ଦିଆଯାଇଛି। ରାଜ୍ୟ ବିପର୍ଯ୍ୟ ପାଣ୍ଠିରୁ ୩୪୦.୮୭୫ କୋଟି ଦିଆଯାଇଥିଲା । ପ୍ରଧାନ ମନ୍ତ୍ରୀ ଗସ୍ତ ପରେ ୧୦୦୦ କୋଟିର ଅତିରିକ୍ତ ସହାୟତା ଦିଆଯାଇଥିଲା। ଏନଡିଆରଏଫ ପକ୍ଷରୁ ୩୩୩୮.୨୨ କୋଟି ଟଙ୍କାର ଅତିରିକ୍ତ ସହାୟତା ଦିଆଯାଇଛି।

 

Comments are closed.