ଫନିର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ , ପୁରୀରେ ପ୍ରଳୟ

ଭୁବନେଶ୍ୱର : ସକାଳ ୮ଟାରୁ ଭୀଷଣ ସାମୁଦ୍ରିକ ଝଡ଼ ‘ଫନି’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଛି । ପୁରୀ ସମେତ ରାଜ୍ୟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ଏବେ ପ୍ରବଳ ବର୍ଷା ଓ ପବନ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ‘ଫନି’ ପୁରୀଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ରହିଥିବା ଅନୁମାନ କରାଯାଉଛି । ପୁରୀରେ ଏବେ ଘଣ୍ଟା ପ୍ରତି ୧୭୫ କିଲୋମିଟର ବେଗରେ ପବନ ବୋହୁଥିବାବେଳେ ପ୍ରବଳ ବର୍ଷା ଲାଗିି ରହିଛି।

Comments are closed.