ଭାରତର ଲୋକପ୍ରିୟ ସ୍ଥାନ

କସୋଲ, ହିମାଚଳ ପ୍ରଦେଶ-
ପ୍ରକୃତିର ସୁନ୍ଦରତା, ମନକୁ ଶାନ୍ତ କରୁଥିବା ପବନ ହିମାଚଳ ପ୍ରଦେଶର ଏକ ବିଷେଶତ୍ୱ ଅଟେ। ବୁଲିବା ପାଇଁ ଏଠାରେ ବହୁ ସ୍ଥାନ ରହିଛି। ହିମାଚଳ ପ୍ରଦେଶରେ ଥିବା କସୋଲ ଏକ ଶାନ୍ତ ଓ ମନମୁଗ୍ଧକର ପରିବେଶ ଅଟେ। ତେଣୁ ଏଠାକୁ ବହୁ ସଂଖ୍ୟାରେ ପର୍ୟ୍ୟଟକମାନେ ଯାଇଥାଆନ୍ତି। ଏଠାରେ ମନକୁ ଶାନ୍ତି ମିଳିବା ସହ ସମସ୍ତ କ୍ଲାନ୍ତି ଦୂର ହୋଇଥାଏ।
ଜୟପୁର, ରାଜସ୍ଥାନ –
ସୌନ୍ଦର୍ୟ୍ୟପୂର୍ଣ୍ଣ ମହଲ ରାଜସ୍ଥାନର ମୁଖ୍ୟ ଆକର୍ଷଣ ଅଟେ। ଏଠାକୁ ଆସୁଥିବା ପର୍ୟ୍ୟଟକଙ୍କୁ ଏହା ଖୁବ ଆକର୍ଷିତ କରିଥାଏ। ଜୟପୁରର ରାଜସ୍ଥାନ ଗୋଲାପୀ ସହର (ପିଙ୍କ ସିଟି) ଅଟେ। ମାର୍ଚ୍ଚ ମାସ ହେଉଛି ଜୟପୁର ବୁଲିବା ପାଇଁ ଉକୃଷ୍ଟ ସମୟ। ଦିଲ୍ଲୀ ଠାରୁ ଏହା ପ୍ରାୟ ୩୦୦ କିଲୋମିଟର ଦୂରରେ ଅବସ୍ଥିତ। ଆପଣ ବସ, ଟ୍ରେନରେ ଏଠାକୁ ଯାଇପାରିବେ।
ଋଷିକେଶ, ଉତ୍ତରାଖଣ୍ଡ –
ଋଷିକେଶ ହେଉଛି ଭ୍ରମଣ ପାଇଁ ବେଶ ଉକୃଷ୍ଟ ଅଟେ। ଏଠାରେ ଲୋକେ ଆଡ଼ଭେନଞ୍ଚର ମଜା ନେଇଥାଆନ୍ତି। ଏହା ମଧ୍ୟ ଏକ ପ୍ରମୁଖ ଭ୍ରମଣ ସ୍ଥାନ ଅଟେ। ଦିଲ୍ଲୀ ଠାରୁ ବସରେ ଆପଣ ଏଠାକୁ ଯାଇପାରିବେ।
ଧର୍ମଶାଳା, ହିମାଚଳ ପ୍ରଦେଶ-
ହିମାଚଳ ପ୍ରଦେଶରେ ଥିବା ଧର୍ମଶାଳା ଦିଲ୍ଲୀ ଠାରୁ ପ୍ରାୟ ୪୭୫ କିଲୋମିଟର ଦୂରରେ ରହିଛି। ଏଠାରେ ବୌଦ୍ଧ ଧର୍ମର ଗୁରୁ ଦଲାଈ ଲାମାଙ୍କର ସୁନ୍ଦର ମନ୍ଦିର ଅଛି। ଏହାର ଆଖପାଖରେ ମଧ୍ୟ ବୁଲିବା ପାଇଁ ବହୁ ସ୍ଥାନ ରହିଛି। ଏଠାକୁ ଆପଣ ବସରେ ଯାଇପାରିବେ।
କଲିକତାର ଠାରୁ ମାତ୍ର ୩ ଘଣ୍ଟାର ଦୂରତାରେ ଗଲେ ଏକ (ସି ବିଚ) ସମଦ୍ର କୂଳ ରହିଛି ଯାହାର ନାମ ହେଉଛି ମନ୍ଦାରମନୀ। କଲିକତା ଠାରୁ ଏହି ବିଚକୁ ଯିବା ରାସ୍ତା ମଧ୍ୟ ଅତ୍ୟନ୍ତ ସୌନ୍ଦର୍ୟ୍ୟମୟ ଅଟେ। ରାସ୍ତାର ଉଭୟ ପାର୍ଶ୍ବରେ ସବୁଜ ଶ୍ୟାମଳ ଭରା ସବୁଜ କ୍ଷେତ ଭରି ରହିଛି। ଏହି ମନ୍ଦାରମନୀ ବିଚରେ ପହଞ୍ଚିବା ପରେ ଏଠାକାର ଶାନ୍ତ ପରିବେଶ ସଭିଁଙ୍କୁ ମନରେ ଆନନ୍ଦ ସଞ୍ଚାର କରିଥାଏ। ଏଠାରେ ଥିବା ଲାଲ ରଙ୍ଗର କଙ୍କଡ଼ା ପାଇଁ ମଧ୍ୟ ଏହା ଖୁବ ପ୍ରସିଦ୍ଧ ଅଟେ। ଭ୍ରମଣ ପାଇଁ ଏହାର ନିକଟରେ ଅନ୍ୟ କେତେକ ସ୍ଥାନ ମଧ୍ୟ ରହିଛି। ଜାଣନ୍ତୁ ତାହା କ’ଣ
ତାଜପୁର –
ମେଦିନୀପୁରରେ ଥିବା ଏହି ସ୍ଥାନ ଏକ ଗୁରୁତ୍ୱପୂର୍ଣ୍ଣ ପର୍ୟ୍ୟଟନସ୍ଥଳୀ ଅଟେ। ଏହାର ମୁଖ୍ୟ ଆକର୍ଷଣ ହେଉଛି ଏହା ସ୍ୱଚ୍ଛତାରେ ପରିପୂର୍ଣ୍ଣ ଏବଂ ଶସ୍ୟଶ୍ୟାମଳା ଭରା ଗଛଲତା, ଯାହା ଏହି ସ୍ଥାନର ସୁନ୍ଦରତାକୁ ଦୁଇ ଗୁଣିତ କରିଥାଏ। ଏଠାରେ ଲାଲ କଙ୍କଡ଼ା ମଧ୍ୟ ଅଧିକ ଦେଖିବାକୁ ମିଳେ।
ଉଦୟପୁର –
ଏହା ମଧ୍ୟ ଏକ ସୁନ୍ଦରତମ ବିଚ ଅଟେ। ଏଠାକୁ ପର୍ୟ୍ୟଟକକୁ ଆସି ଖୁବ ଆନନ୍ଦିତ ହୋଇଥାଆନ୍ତି।
ଶଙ୍କରପୁର –
ଏହି ବିଚରେ ସୂର୍ୟ୍ୟୋଦୟ ଓ ସୂର୍ୟ୍ୟାସ୍ତର ଦୃଶ୍ୟ ମନରେ ଏକ ସ୍ୱତନ୍ତ୍ର ଅନୁଭୂତି ସୃଷ୍ଟି କରିଥାଏ। ଏହା ଏକ ଶାନ୍ତ ଓ ସୌନ୍ଦର୍ୟ୍ୟମୟ ସ୍ଥାନ ଅଟେ।
ଦିଘା –
ଦିଘା ମଧ୍ୟ ଏକ ସୌନ୍ଦର୍ୟ୍ୟମୟ ସ୍ଥାନ ଅଟେ। ଏହି ବିଚରେ ଲୋକେ ବୁଲିବାକୁ ଖୁବ୍‌ ପସନ୍ଦ କରିଥାଆନ୍ତି।
ଗମନାଗମନ ଦୃଷ୍ଟିରୁ ଏଠାକାର ନିକଟତମ ବିମାନବନ୍ଦର ହେଉଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ ବିମାନ ବନ୍ଦର। ନିକଟତମ ରେଳ ଷ୍ଟେସନ ହେଉଛି ଦିଘା। ସେଠାରୁ ଟ୍ୟାକ୍ସି ଯୋଗେ ଯାଇପାରିବେ।

 

Comments are closed.