କିମ୍ବଦନ୍ତୀ କ୍ରିକେଟର ସେନ୍‌ ଓ୍ୱର୍ଣ୍ଣଙ୍କ ପରଲୋକ

କିମ୍ବଦନ୍ତୀ କ୍ରିକେଟର ସେନ୍‌ ଓ୍ୱର୍ଣ୍ଣଙ୍କ ପରଲୋକ ଘଟିଛି । ଅଷ୍ଟ୍ରେଲିଆର ଏହି ମହାନ କ୍ରିକେଟରଙ୍କ ୫୨ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ସ୍ପିନ ଯାଦୁକରଙ୍କ ବିୟୋଗରେ କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି । ସେନ୍‌ ଓ୍ୱର୍ଣ୍ଣଙ୍କ ପରଲୋକକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ୧୯ ବର୍ଷର ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ସେ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଅଷ୍ଟ୍ରେଲିଆ ପାଇଁ ସେନ୍‌ ୱାର୍ଣ୍ଣ ୧୪୫ଟି ଟେଷ୍ଟ ଓ ୧୯୪ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ସେ ୧୦୦୧ ୱିକେଟ ଅକ୍ତିଆର କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ଦ୍ବିତୀୟ ସର୍ବାଧିକ ୭୦୮ ଏବଂ ଦିନିକିଆରେ ୨୯୩ ୱିକେଟ ହାସଲ କରିଥିଲେ। ଯାଦୁକରୀ ସ୍ପିନ ବୋଲିଂ ପାଇଁ ସେ ବେଶ ପ୍ରସିଦ୍ଧ ଥିଲେ। ଦିନିକିଆରେ ୩୩ ରନରେ ୫ ୱିକେଟ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ। ନିଜର ଟେଷ୍ଟ କ୍ୟାରିୟରରେ ସେ ୧୦ଥର ୧୦ ୱିକେଟ ହାସଲ କରିଛନ୍ତି ।

୨୦୦୭ରେ ଶେଷଥର ପାଇଁ ସେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ, ପରେ ସେ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ତେବେ କିଛିଦିନ ତଳେ ସେନ୍‌ ୱାର୍ଣ୍ଣ ଇଂଲଣ୍ଡ କ୍ରିକେଟ ଟିମର ମୁଖ୍ୟ କୋଚ୍ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ ।

Comments are closed.