ବିଶିଷ୍ଠ କଳାକାର ଓ ଚିତ୍ରଶିଳ୍ପୀଙ୍କ ପରଲୋକ

ବାଙ୍କୀ : ବାଙ୍କୀ ପଥୁରୀପଡା ଗ୍ରାମର ବିଶିଷ୍ଠ କଳାକାର,ଚିତ୍ରଶିଳ୍ପୀ,ମୃଣ୍ମୟ ଶିଳ୍ପୀ ଆର୍ତ୍ତବନ୍ଧୁ ଦାସଙ୍କର ୮୮ ବର୍ଷ ବୟସରେ ବୁଧବାର ଦିନ ବିଳମ୍ବିତ ରାତ୍ରିରେ ପରଲୋକ ହୋଇଯାଇଛି । ତାଙ୍କର ପରଲୋକାଗତ ଖବରରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଆଦର୍ଶ, ପରୋପକାରୀ ବ୍ୟକ୍ତି ଭାବରେ ଯେତିକି ଜଣାଶୁଣା ଅଂଚଳରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସହ ଜଡିତ ହୋଇ ଲୋକ ପରମ୍ପରା, ଦଣ୍ଡ ନାଚ ଓ ଗୋପାଳ ସମାଜର ଲଉଡି ଖେଳ କଳାକାର ଏବଂ ଦକ୍ଷ ଗୁରୁ ଭାବରେ ବେଶ୍ ପାରଦର୍ଶିତା ଅର୍ଜନ କରିଥିଲେ । ତାଙ୍କର ବିୟୋଗରେ ଅପୁରଣୀୟ କ୍ଷତି ଘଟିଛି ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି । ପଥୁରୀପଡା ସ୍ଥିତ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ପଥୁରୀପଡା ମହାବେରଣ କ୍ଲବର ସମ୍ପାଦକ ସଦାଶିବ ଦାସ ଓ କ୍ଲବର ସଦସ୍ୟ ମାନେ ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Comments are closed.