ବିପୁଳ ପରିମାଣରେ ଜାଲ ନୋଟ ଜବତ ; ଜଣେ ଗିରଫ

କୋରାପୁଟ :  କୋରାପୁଟ ଜିଲା ସୁନାବେଡା ବସଷ୍ଟାଣ୍ଡ ନିକଟରୁ ଏସଟିଏଫ ଟିମ ଦ୍ୱାରା  ବିପୁଳ ପରିମାଣରେ ଜାଲ ନୋଟ ଜବତ ହୋଇଥିବା ଗୁରୁବାର ଜଣାପଡ଼ିଛି। ପ୍ରାୟ ୩ଲକ୍ଷ ୨୮ ହଜାର ଟଙ୍କାର ଜାଲ ନୋଟ ଜବତ କରାଯାଇଛି। ସମ୍ପୃକ୍ତ ଘଟଣାରେ ଏସଟିଏଫ ଟିମ ଜଣଙ୍କୁ ଗିରଫ ମଧ୍ୟ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ଟିମ ଜାଲ ନୋଟ ସହ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଘଟଣା ବିଷୟରେ ତଦନ୍ତ ଜାରି ରହିଛି।

Comments
Loading...