ଦୁଇ ଟ୍ରେନ ପାଇଁ ଆଗୁଆ ଟିକେଟ ସୁବିଧା

ଟିଟିଲାଗଡ଼ : କରୋନା ମହାମାରୀ ନେଇ ଦେଶ ତଥା ରାଜ୍ୟରେ ଅନେକ ଟ୍ରେନ ଯାତାୟାତ ବନ୍ଦ ରହିଛି। ଟିଟିଲାଗଡ଼ ରେଳ ଜଙ୍କସନ ଦେଇ କିଛି ଯାତ୍ରୀବାହି ଟ୍ରେନ ଯାତାୟାତ କରୁଥିବା ବେଳେ ବହୁ ପୂର୍ବରୁ ନିର୍ଧାରିତ ଫର୍ମରେ ଆବେଦନ କଲେ ଟ୍ରେନ ଯାତ୍ରା ପାଇଁ ଅନୁମତି ମିଳୁଛି । ତେବେ ବୁଧବାର ସୂଚନା ମୁତାବକ ଟିଟିଲାଗଡ଼ ରେଳ ଜଙ୍କସନ ଦେଇ ଯାଉଥିବା ସମ୍ବଲପୁର ରାୟଗଡା ଏବଂ ରାୟପୁର ବିଶାଖାପାଟଣା ଟ୍ରେନରେ କାଉଣ୍ଟରରୁ ମଧ୍ୟ ଯାତ୍ରୀ ଟିକେଟ ସଂଗ୍ରହ କରି ପାରିବେ ବୋଲି ସୂଚନା ଦିଆଯାଇଛି । ପୂର୍ଵରୁ ଜଣେ କୌଣସି ଶ୍ରେଣୀରେ ଟ୍ରେନ ଯାତ୍ରା ପାଇଁ ଆଗୁଆ ଫର୍ମ ଭରି ଟିକେଟ କରିବାକୁ ପଡୁଥିବା ବେଳେ ରେଳ ବିଭାଗର ନୂତନ ନିଷ୍ପତି ଯାତ୍ରୀ ମହଲରେ ଆଶ୍ବସ୍ତି ପ୍ରକାଶ ପାଇଛି । ଆଗକୁ ଅନ୍ୟ ଯାତ୍ରୀବାହି ଟ୍ରେନରେ ଏହି ବ୍ୟବସ୍ତା ଲାଗୁ ହେଲେ ଯାତ୍ରୀ ଉପକୃତ ହୋଉପାରିବେ ବୋଲି ରେଳ ଯାତ୍ରୀ ଟିଟିଲାଗଡ଼ ସଂଘ ଆବାହକ ଜିତୁ ସାହୁ ଦାବି କରିଛନ୍ତି ।

Comments are closed.