ପିଲାଙ୍କ ପାଇଁ ଲଞ୍ଚ ହେଲା ଫେସବୁକ୍ ମେସେଞ୍ଜର କିଡ୍ସ ଆପ୍ : ଏଣିକି ନଜର ରଖିପାରିବେ ଅଭିବାବକ

ନୂଆଦିଲ୍ଲୀ : ସୋସିଆଲ ମିଡିଆ କମ୍ପାନୀ ଫେସବୁକ ପିଲାମାନଙ୍କୁ ଧ୍ୟାନରେ ରଖି ମେସେଞ୍ଜର କିଡ୍ସ ଆପ୍ ଲଞ୍ଚ କରିଛି। ଏହାକୁ ପ୍ରଥମେ ଆମେରିକାରେ ଲଞ୍ଚ କରାଯାଇଛି। ଆଶା କରାଯାଉଛି ଯେ କମ୍ପାନୀ ଖୁବ ଶୀଘ୍ର ଏହାକୁ ଅନ୍ୟ ଦେଶମାନଙ୍କରେ ମଧ୍ୟ ଲଞ୍ଚ କରିବ। ଏହି ଆପ୍ ମାଧ୍ୟମରେ ପିଲାମାନେ ଲକଡାଉନ୍ ସମୟରେ ନିଜ ସାଙ୍ଗ ଏବଂ ପରିବାର ସଦସ୍ୟଙ୍କ ସହ ସମ୍ପର୍କ ରଖିବାକୁ ସକ୍ଷମ ହେବେ। ଏହା ବ୍ୟତୀତ ଫେସବୁକ ମେସେଞ୍ଜର କିଡ୍ସ ଆପରେ ପିତାମାତାମାନଙ୍କ ପାଇଁ ଏକ ବିଶେଷ ବୈଶିଷ୍ଟ୍ୟ ଦିଆଯାଇଛି, ଯାହା ଦ୍ବାରା ସେମାନେ ପିଲାମାନଙ୍କର ପ୍ରତ୍ୟେକ କାର୍ୟ୍ୟକଳାପ ଉପରେ ନଜର ରଖିପାରିବେ।
ପିତାମାତାଙ୍କ ଆକାଉଣ୍ଟ ଉପରେ ତୀକ୍ଷ୍ଣ ନଜର ରଖାଯିବ
ଏହି ମୋବାଇଲ୍ ଆପରେ ଫେସବୁକ୍ ଏକ ବିଶେଷତ୍ଵ ଦେଇଛି। ଯାହା ମାଧ୍ୟମରେ, ଅଭିଭାବକମାନେ ସେମାନଙ୍କର ପିଲାମାନଙ୍କର ବନ୍ଧୁ ତାଲିକାରେ ଯେଉଁ ମାନଙ୍କୁ ରଖିବାକୁ ଚାହିଁବେ ରଖିପାରିବେ। ଏଥିସହ, ପିତାମାତାମାନେ ସେମାନଙ୍କର ପିଲାମାନଙ୍କୁ କିଏ ଫ୍ରେଣ୍ଡ ରିକ୍ୟୁଏଷ୍ଟ(ବନ୍ଧୁ ଅନୁରୋଧ) ପଠାଇଛନ୍ତି ସେ ବିଷୟରେ ସୂଚନା ପାଇପାରିବେ। ଏହି ଆପ୍ ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Comments are closed.