ସାବଧାନ ! ମାତିଛନ୍ତି ଫେସବୁକ୍ ହ୍ୟାକର

ଅନ୍ୟର ଫେସବୁକ୍ ହ୍ୟାକ୍ କରି ମାଗୁଛନ୍ତି ଟଙ୍କା

ଫୁଲବାଣୀ : ସାବଧାନ୍ ! ମାତିଛନ୍ତି ଫେସ୍ ବୁକ୍ ହ୍ୟାକର। ଅନ୍ୟର ଫେସବୁକ୍କୁ ହ୍ୟାକ୍ କରି ମାଗୁଛନ୍ତି ଟଙ୍କା। ତେବେ ସେମାନେ ହିନ୍ଦି ଭାଷାରେ ଲେଖୁଥିବା ବେଳେ ଯାହାକୁ ହ୍ୟାକ୍ କରୁଛନ୍ତି ସେମାନେ ଅନ୍ୟ ଭାଷାରେ ପଚାରିଲେ ଚୁପ୍ ହୋଇ ରହୁଛନ୍ତି। ଏପରିକି ଅନେକ ସମୟରେ ଲୋକଙ୍କ ଫୋନ୍ ମଧ୍ୟ କରୁ୍ଥିବାର କନ୍ଧମାଳ ଜିଲାରେ ବିଭିନ୍ନ ଫେସ୍ ବୁକ୍ ଆକାଉଣ୍ଟ ଧାରି ମାନେ ଅଭିଯୋଗ କରିଛନ୍ତି। ତେବେ ସମଗ୍ର ଜିଲାରେ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏହାକୁ ନେଇ କିଛି ବ୍ୟକ୍ତି ମଧ୍ୟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଅନ୍ୟଏକ ସୂଚନା ପ୍ରକାରେ , କିଛି ଦିନ ହେବ ବାଲିଗୁଡା ଅଂଚଳରେ ଫେସବୁକ ହ୍ୟାକରମାନେ ବେଶ୍ ସକ୍ରିୟ ହୋଇପଡ଼ିଛନ୍ତି। ଏହି ହ୍ୟାକର ମାନେ ଅନ୍ୟର ଫେସବୁକକୁ ଯାଇ ହ୍ୟାକ୍ କରୁଛନ୍ତି। ଯାହାର ଫେସବୁକକୁ ହ୍ୟାକ୍ କରୁଛନ୍ତି ସେମାନଙ୍କ ନାମରେ ମେସେଜ କରି ସେହି ମାନଙ୍କ ଫେସବୁକ ବନ୍ଧୁ ମାନଙ୍କୁ ମାଗୁଛନ୍ତି ଟଙ୍କା। ଏହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଆଜି ବାଲିଗୁଡାରେ। ବାଲିଗୁଡାର ସୁନାପାଙ୍ଗାରେ  ରହୁଥିବା ସୁରେଶ କୁମାର ପତି ତାଙ୍କ ଫେସବୁକକୁ ହ୍ୟାକ କରିଛନ୍ତି । ତାଙ୍କ ଫେସବୁକର କିଛି ବନ୍ଧୁଙ୍କୁ ମେସେଜ କରି ଟଙ୍କା ମାଗୁଛନ୍ତି। ଫେସବୁକରେ ହିନ୍ଦି ଓ ଇଂରାଜୀ ଭାଷାରେ ମେସେଜ କରୁଛନ୍ତି। ଏହି ଦୁର୍ବୃତ୍ତମାନେ ମେସେଜରେ ହିନ୍ଦି ଓ ଇଂରାଜୀରେ ଲେଖିଛନ୍ତି ଆପଣଙ୍କ ପାଖରେ ଟଙ୍କା ଅଛିକି ମୋର ଜରୁରୀ ଓ ମୁଁ ମେଡିକାଲରେ ଅଛି । ତେଣୁ ଟଙ୍କା ପଠେଇ ଦିଅନ୍ତୁ କହି ମେସେଜ କରୁଛନ୍ତି। ଏହି ଦୁର୍ବୃତ୍ତମାନେ ଯାହାର ଫେସବୁକକୁ ହ୍ୟାକ୍ କରୁଛନ୍ତି ସେମାନଙ୍କ ବନ୍ଧୁ ମାନଙ୍କୁ ହିଁ ଟଙ୍କା ମାଗୁଛନ୍ତି। ଏହି ପରି ସୁରେଶ ପତିଙ୍କ ଫେସବୁକ୍ ହ୍ୟାକ୍ କରି କିଛି ବନ୍ଧୁଙ୍କୁ ଟଙ୍କା ମାଗିଛନ୍ତି। ଯେଉଁ ମାନଙ୍କୁ ସେ ମେସେଜ କରି ଟଙ୍କା ମାଗିଛନ୍ତି ସେମାନେ ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ପଚାରିବାରେ ପରେ ମଧ୍ୟ କତାପଦାକୁ ଆସିଥିଲା।

ଏହା ପରେ ସୁରେଶ କହିଛନ୍ତି, ମୁଁ କାହାକୁ ଫେସବୁକ ମାଧ୍ୟମରେ ଟଙ୍କା ମାଗିନି କହିବା ପରେ ଫେସବୁକ ଦେଖିବା ବେଳେ ତାଙ୍କ ଫେସବୁକକୁ ବ୍ୟବହାର କରି ଦୁର୍ବୃତ୍ତମାନେ ଟଙ୍କା ମାଗୁଥିବା ଜଣାପଡ଼ିଛି। ଏହାପରେ ସୁରେଶଙ୍କ ଭଳି ଜିଲାର ବହୁ ଫେସ୍ବୁକ୍ ବ୍ୟବହାରକାରି ମାନେ ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଏଭଳି ଅଭିନୟ ଉପାୟରେ ଟଙ୍କା ମଗାଯାଉଥିବା ନେଇ ମଧ୍ୟ ସୂଚନା ଦେଉଛନ୍ତି। ଏପରିକି ଅନେକ ଏପରି ଟଙ୍କା ମାଗିଲେ ଦେବେ ବୋଲି କହି ଭିଡିଓକୁ ମଧ୍ୟ ଅନେକ ନିଜର ଫେସବୁକରେ ପୋଷ୍ଟ କରିଥିବାର ଦେଖାଯାଇଛି। ଏହି ଭଳି ଫେସବୁକକୁ ହ୍ୟାକ୍ କରି ଟଙ୍କା ମାଗୁଥିବାରୁ ଲୋକେ ଏହାକୁ ନେଇ ଭୟବୀତ ହୋଇଛନ୍ତି ଓ ସେମାନଙ୍କ ଫେସବୁକକୁ  କିଏ ହ୍ୟାକ୍ କରୁଛି? ଭବିଷ୍ୟତରେ ଏହା କିଛି କ୍ଷତିକାରଣ ହେବ କି ବୋଲି ମଧ୍ୟ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି।

Comments are closed.