ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ଆପଣାନ୍ତୁ କିଛି ଖରାଦିନିଆ ଟିପ୍ସ

ଖରା ଦିନେ ସାଧାରଣତଃ ଶରୀରରୁ ଅଧିକ ଝାଳ ନିର୍ଗତ ହୋଇଥାଏ। ମାତ୍ର ବହୁ ସମୟରେ ଏପରି ଦେଖାଯାଏ, ଖରାର ପ୍ରଭାବରେ ଅଧିକ ଝାଳ ନିର୍ଗତ ହେବା କାରଣରୁ ତ୍ୱଚା ରଙ୍ଗ ଉପରେ ମଧ୍ୟ ଏହାର ପ୍ରଭାବ ଦେଖାଯାଏ। ବିଶେଷ କରି ଯେଉଁମାନଙ୍କର ତେଲିଆ ତ୍ୱଚା ଝାଳ ଓ ମୁହଁରୁ ବାହାରୁଥିବା ତେଲ ସଂସ୍ପର୍ଶରେ ଆସି ମୁହଁରେ ଏକ ପ୍ରକାର ଆସ୍ତରଣ ଜମିବା ଭଳି ଅନୁଭବ ହୋଇଥାଏ। ଯେଉଁମାନଙ୍କର ତ୍ୱଚା ଶୁଷ୍କ ଝାଳ ପୋଛିବା ପରେ ମୁହଁ ଚମକ ମଧ୍ୟ ହ୍ରାସ ପାଇବା ଭଳି ଜଣାଯାଏ। ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଓ ଖରାଦିନେ ନିଜ ତ୍ୱଚାକୁ ଉଜ୍ଜ୍ୱଳ ରଖିବା ପାଇଁ କିଛି ସହଜ ଓ ଘରୋଇ ଉପାୟ ଆପଣାନ୍ତୁ।
– ଅଧିକରୁ ଅଧିକ ପାଣି ପିଅନ୍ତୁ। ଏହାସହ ବିଭିନ୍ନ ପ୍ରକାର ଫଳର ରସ ବା ଜୁସ ପ୍ରସ୍ତୁତ କରି ମଧ୍ୟ ପିଇ ପାରିବେ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିବା ସହ ଶରୀରକୁ ଆବଶ୍ୟକ ପରିମାଣରେ ଜଳୀୟଅଂଶ ମଧ୍ୟ ପ୍ରଦାନ କରିଥାଏ।
– ଦିନକୁ ୨ ଥର ନିଶ୍ଚୟ ନିଜେ ବ୍ୟବହାର କରୁଥିବା ଫେସ ୱ୍ୟାସରେ ମୁହଁ ଧୁଅନ୍ତୁ। ଏହା ତ୍ୱଚାକୁ ସଫା ରଖିବା ପାଇଁ ବେଶ ସହାୟକ ହୋଇଥାଏ।
– ସପ୍ତାହକୁ ୨ଥର ତ୍ୱଚାକୁ ସ୍କ୍ରବ ମଧ୍ୟ କରନ୍ତୁ।
– ଘରୁ ବାହାରିବା ପୂର୍ବରୁ  ସନ୍ କ୍ରିମ ନିଶ୍ଚୟ ଳଗାନ୍ତୁ। ଏହା ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତି ବାଇରଣୀ ରଶ୍ମୀ ଠାରୁ ତ୍ୱଚାକୁ ରକ୍ଷା କରିବାକୁ ବେଶ ସହାୟକ ହୋଇଥାଏ।
-ଖରାଦିନେ ଅଧିକ ମେକଅପ ଜିନିଷ (ପ୍ରସାଧନ ସାମଗ୍ରୀ) ବ୍ୟବହାର କରନ୍ତୁ ନାହିଁ। ଅତି ଆବଶ୍ୟକ ହେଲେ ହିଁ ବ୍ୟବହାର କରନ୍ତୁ।
– ସପ୍ତାହକୁ ୨ଥର ଟମାଟୋ ରସ କିମ୍ବା ଲେମ୍ବୁ ରସ ଓ ମହୁ ମୁହଁରେ ଳଗାନ୍ତୁ।
ଏହି ଟିପ୍ସ ଉଭୟ ଯୁବକ ଓ ଯୁବତୀ ଆପଣେଇ ପାରିବେ।

Comments are closed.