ତ୍ୱଚାର ସୁନ୍ଦରତା ବୃଦ୍ଧି ସହ ଦାଗ ଦୂର କରେ ଏହି ଜିନିଷ

ଧୂଳିମାଟି ଓ ପ୍ରଦୂଷଣର କାରଣରୁ ତ୍ୱଚା କଳା ପଡିବାକୁ ଆରମ୍ଭ ହୋଇଥାଏ। ଏହି କାରଣରୁ ତ୍ୱଚାର ଅନେକ ସମସ୍ୟା ସୃଷ୍ଟି ହେବା ସହ ସୌନ୍ଦର୍ଯ୍ୟ ହ୍ରାସ ହେବା ଭଳି ଅନୁଭବ ହୋଇଥାଏ। ତେବେ ଏହି ସମସ୍ୟା ଦୂର ପାଇଁ ବେସନ ଓ ଗୋଲାପ ଜଳ ଖୁବ ଫଳପ୍ରଦ। ଗୋଲାପ ଜଳ ଓ ବେସନର ଫେସ ପ୍ୟାକ୍‍କୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ପାଇଁ ଖୁବ ଉପକାରୀ ହୋଇଥାଏ।
ବେସନ ଓ ଗୋଲାପ ଜଳର ଫେସ୍‍ ପ୍ୟାକ୍‍କୁ ଲଗାଇବା ଦ୍ୱାରା ତ୍ୱଚାର କଳାପଣ ଦୂର ହୋଇ ସୁନେଲି ରଙ୍ଗ ହୋଇଥାଏ। ସପ୍ତାହକୁ ୨ ରୁ ୩ ଥର ଏହାକୁ ବ୍ୟବହାର କରିପାରିବେ।
ବ୍ରଣ ଜନିତ ସମସ୍ୟା ଥିଲେ ଓ ବ୍ରଣ ପାଇଁ ଦାଗ ହୋଇଥିଲେ ଏହି ଫେସ୍‍ ପ୍ୟାକ୍‍ ଖୁବ ଉପକାରୀ। ଏହା ତ୍ୱଚାର ଅତିରିକ୍ତ ତୈଳକୁ ନିୟନ୍ତ୍ରଣ କରିଥାଏ। ତ୍ୱଚାକୁ ଥଣ୍ଡା ପ୍ରଦାନ କରିଥାଏ। ଦାଗ ଦୂର କରିଥାଏ।
ବେସନ ଓ ଗୋଲାପ ଜଳରେ ପ୍ରସ୍ତୁତ ଫେସ୍‍ ପ୍ୟାକ୍‍ ତ୍ୱଚାକୁ କୋମଳ କରିଥାଏ। ଏହା ପ୍ରାକୃତିକ ମଶ୍ଚୁରାଇଜର ଭଳି କାମ କରିଥାଏ।
ଗୋଲାପ ଜଳରେ ଆଣ୍ଟି-ବ୍ୟାକ୍ଟେରିୟଲ ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଥିବାରୁ ତ୍ୱଚା ପାଇଁ ଚମତ୍କାରୀ ଲାଭ ପ୍ରଦାନ କରିଥାଏ।

Comments are closed.