ତ୍ୱଚାର କଳାପଣ ଦୂର କରିବାର ସରଳ ଉପାୟ

ଅଧିକାଂଶ ସମୟରେ ସୂର୍ଯ୍ୟକିରଣ ପ୍ରଭାବରୁ ତ୍ୱଚା ଓ ଚର୍ମ କଳା ପଡିଯାଇଥାଏ। କେବଳ ଖରାଦିନେ ନୁହେଁ ଶୀତଦିନେ ମଧ୍ୟ ଏହି ସମସ୍ୟା ହୋଇଥାଏ। ଦୈନନ୍ଦିନ ଜୀବନରେ ଅନେକ ଥର କାମରେ ବାହାରକୁ ଯିବାକୁ ପଡିଥାଏ। ଫଳରେ ଅଧିକ ସମୟରେ ତ୍ୱଚାରେ ଖରାର ପ୍ରଭାବ ପଡିଥାଏ। ଘରୁ ବାହାରିବା ସମୟରେ ସନ୍‍ କ୍ରିମର ବ୍ୟବହାର ନିଶ୍ଚୟ କରନ୍ତୁ। ଏହି କଳାପଣ ଦୂର ପାଇଁ କିଛି ଘରୋଇ ଉପାୟ ଆପଣାଇ ପାରିବେ। ଜାଣନ୍ତୁ….
ପ୍ରଥମେ ଟମାଟୋ ରସରେ ଏକ ଚାମଚ ନିମ ଗୁଣ୍ଡ ମିଶାନ୍ତୁ। ଏହି ମିଶ୍ରଣକୁ ଭଲ ଭାବେ ମୁହଁରେ ଲଗାଇ ମୁହଁ ଧୋଇ ଦିଅନ୍ତୁ।
୨ୟରେ ଟମାଟୋର ଉପର ଅଂଶ କାଟି ଦିଅନ୍ତୁ। ଏହାପରେ ଚାଉଳ ଗୁଣ୍ଡ କିମ୍ବା ଅଟା ଲଗାଇ ମୁହଁରେ କିଛି ସମୟ ମାଲିସ କରନ୍ତୁ। କିଛି ସମୟ ପରେ ମୁହଁ ଧୋଇ ସଫା କରନ୍ତୁ।
୩ୟରେ ଟମାଟୋର ରସ କାଢନ୍ତୁ। ଏଥିରେ ଚାଉଳ ଗୁଣ୍ଡ ମିଶାନ୍ତୁ। ଏହି ମିଶ୍ରଣକୁ ୧୫-୨୦ ମିନିଟ ରଖି ଧୋଇ ଦିଅନ୍ତୁ। ଏହା ଦ୍ୱାରା ତ୍ୱଚା ଖୁବ ସଫା ହୋଇଥାଏ।
୪ର୍ଥରେ ଟମାଟୋ ରସରେ ଏକ ଚାମଚ ଘିକୁଆରୀ ରସ,ନଡିଆ ତେଲ ଭଲ ଭାବେ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୧୦ ମିନିଟ ରଖି ଧୋଇ ଦିଅନ୍ତୁ।
ସପ୍ତାହକୁ ୨ଥର ଏହି ଉପାୟ କରନ୍ତୁ।

Comments are closed.