ଆଇନଗତ ଲଢେଇ ପାଇଁ ଆଦାନି ଗ୍ରୁ୍‌ପ୍‌ ପ୍ରସ୍ତୁତ

ୱାଶିଂଟନ: ଆମେରିକାର ରିସର୍ଚ୍ଚ ତଥା ସର୍ଟ ସେଲିଂ ଫାର୍ମ ହିଣ୍ଡେନ୍‌ବର୍ଗ ବିରୋଧରେ ଆଦାନି ଗ୍ରୁପ୍ ଆଇନଗତ ଲଢେଇ ପାଇଁ ପ୍ରସ୍ତୁତ ହେଉଛି। ଏଥିପାଇଁ ଆଦାନି ଗ୍ରୁପ୍ ଆମେରିକାର ଏକ ଲିଗାଲ ଫାର୍ମକୁ ନିଯୁକ୍ତ କରିଛି। ଏହା ସହିତ ଆଦାନି ଗ୍ରୁପ୍ ହିଣ୍ଡେନବର୍ଗଙ୍କ ବିରୋଧରେ ଲିପଟନ୍‌, ରୋଜେନ ଏବଂ କ୍ୟାଟ୍‌ଙ୍କ ପରି ବରିଷ୍ଠ ଆଇନଜୀବୀଙ୍କୁ ମଧ୍ୟ ନିୟୋଜିତ କରିଛି। ଜାନୁଆରୀ ୨୪ ତାରିଖରେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ସଂସ୍ଥା ଆଦାନି ଗ୍ରୁପ ବିରୋଧରେ ଏହାର ରିପୋର୍ଟ ପ୍ରକାଶ କରିବା ପରେ ଆଦାନି ସମୁହର ଏକ ପ୍ରକାର ଦୋହଲି ଯାଇଛି। ରିସର୍ଚ୍ଚ ଫାର୍ମ ଆଦନି ଗ୍ରୁପ୍ ଉପରେ ଆକାଉଣ୍ଟିଂ ପ୍ରଡ୍ ଏବଂ ଷ୍ଟକ୍ ଠକାମି ଭଳି ଅଭିଯୋଗ ଲଗାଇଥିଲା। ଏହାପରେ ଆଦାନି ସମୂହର ସେୟାର ମୂଲ୍ୟରେ ବ୍ୟାପକ ହ୍ରାସ ପାଇଥିଲା। ଏହାରି ମଧ୍ୟରେ ଆଦାନି ଗ୍ରୁପ୍ ଏହାର ଜବାବ ରଖିବା ପରେ ଦୁଇ ସଂସ୍ଥା ମଧ୍ୟରେ ମିଡିଆ ମାଧ୍ୟମରେ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହୋଇଥିଲା। ଦୁଇ ପକ୍ଷ ନିଜ ନିଜ ଦାବିରେ ଅଟଳ ରହିଥିଲେ। ଏହା ପରେ ହିଣ୍ଡେନ୍‌ବର୍ଗ ଆଦାନି ସମୂହକୁ ଆମେରିକାର କୋର୍ଟରେ ମାମଲା ରୁଜୁ କରିବାକୁ କହିଥିଲା। ଯାହାକୁ ଏବେ ଆଦାନି ଗ୍ରୁପ୍ ସ୍ୱୀକାର କରିଛି।

Comments are closed.