ଆମେରିକା ସମୁଦ୍ର ଉପକୂଳରୁ ମିଳିଲା ବିରଳ ଦୁଇମୁଣ୍ଡିଆ କଇଁଛ

ନ୍ୟୁୟର୍କ: ଆମେରିକାର ସମୁଦ୍ର ଉପକୂଳରୁ ଅତି ବିରଳ ଏକ ଦୁଇ ମୁଣ୍ଡିଆ କଇଁଛ ଉଦ୍ଧାର କରାଯାଇଛି। ସାଉଥ କାରୋଲିନା ସରକାରୀ ପାର୍କ ପକ୍ଷରୁ କୁହାଯାଇଛି ଯେ ଏଡିଷ୍ଟୋ ବିଚ ଷ୍ଟେଟ ପାର୍କର ସମୁଦ୍ର କଇଁଛ ପାଟ୍ରୋଲ ଦଳ ସେମାନଙ୍କର ନିୟମିତ କଇଁଛ ଅଣ୍ଡାଦାନସ୍ଥଳଗୁଡିକ ସନ୍ଧାନ କରୁଥିବାବେଳେ ଏହି କଇଁଛଟିକୁ ଅଣ୍ଡା ବାଲି ଉପରେ ଧୀରେ ଧୀରେ ଚାଲୁଥିବା ଦେଖିବାକୁ ପାଇଥିଲେ। ଗୁଣସୂତ୍ର ପ୍ରକରଣ କାରଣରୁ କଇଁଛଟି ଦୁଇ ମୁଣ୍ଡିଆ ହୋଇଥିବା କୁହାଯାଉଛି। ବିଗତ ବର୍ଷଗୁଡିକରେ ମଧ୍ୟ ସାଉଥ କାରୋଲିନାରେ ଏହିଭଳି ଦୁଇ ମୁଣ୍ଡିଆ କଇଁଛ ଠାବ କରାଯାଇଥିଲା।

Comments are closed.