ଗ୍ୟାସ ପାଇପ୍‌ ଲାଇନରେ ବିସ୍ଫୋରଣ, ଭୁଶୁଡ଼ିଲା ୨ଟି ଘର, ଦୁଇ ଜଣଙ୍କ ମୃତ୍ୟୁ

ଗାନ୍ଧିନଗର : ଗୁଜୁରାଟର ଗାନ୍ଧିନଗର ଜିଲ୍ଲାର କାଲୋଲ ସହରରେ ମଙ୍ଗଳବାର ସକାଳେ ଏକ ଭୟଙ୍କର  ବିସ୍ଫୋରଣରେ ଦୁଇଟି ଘର ଭୁଶୁଡି ପଡିଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ (ONGC) ର ଗ୍ୟାସ ପାଇପଲାଇନରେ ବିସ୍ଫୋରଣ ହେତୁ ଏହି ଦୁର୍ଘଟଣା ଘଟିଛି । ଏହି ସୂଚନା ସ୍ଥାନୀୟ ପୁଲିସ ଦେଇଛି।

ପୁଲିସ ସୂଚନା ଅନୁଯାୟୀ, ଗ୍ୟାସ ଲାଇନର ଦୁଇଟି ପାଇପ ଏହି ଅଞ୍ଚଳ ଦେଇ ଯାଇଥାଏ। ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ (ONGC) ଏବଂ ଗୁଜୁରାଟ ଗ୍ୟାସ ପାଇପଲାଇନ ଏହି ଅଞ୍ଚଳ ଦେଇ ଯାଇଥାଏ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ବିସ୍ଫୋରଣ ସକାଳ ପ୍ରାୟ ସାଢେ ୭ଟା ସମୟରେ ଘଟିଥିଲା ​​। ଏହା ଶକ୍ତିଶାଳୀ ଥିଲା ଯେ ଦୁଇଟି ଘର ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା ​​। ଅନେକ ଘରର ଝରକା କାଚ ଭାଙ୍ଗି ଯାଇଥିଲା । ଏହା ସହ ଯାନବାହାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

Comments are closed.