ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରୀମ : ମୂଲ୍ୟ ଏକ ଭରି ସୁନା ଠାରୁ ଅଧିକ

ବୟସ୍କ ହୁଅନ୍ତୁ ଅଥବା ଶିଶୁ ସଭିଁଙ୍କୁ ଆଇସକ୍ରିମ ଖାଇବା ବେଶ ପସନ୍ଦ। ଏହାସହ ଅନ୍ୟାନ୍ୟ ବହୁ ଦାମୀ ଜିନିଷ ଖାଇବାର ମଧ୍ୟ ଅନେକଙ୍କର ସଉକ। ଆପଣ ମଧ୍ୟ ଅନେକ ଦାମୀ ଜିନିଷ ଖାଇଥିବେ। ମାତ୍ର ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରୀମର ମୂଲ୍ୟ ଏକ ଭରି ସୁନା ଠାରୁ ମଧ୍ୟ ଅଧିକ। ଜାଣନ୍ତୁ ଏହା ବିଷୟରେ…. କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏନେଇ ଭିଡିଓ ଅପଲୋଡ କରାଯାଇଥିଲା। ଦୁବାଇର ଏହି ଭିଡିଓ। ଏହି ମହଙ୍ଗା ଆଇସକ୍ରୀମ ଦୁବାଇରେ ମିଳିଥାଏ। ଦୁନିଆର ସବୁଠାରୁ ଦାମୀ ଏହି ଆଇସକ୍ରୀମର ନାମ ବ୍ଲାକ୍‍ ଡ଼ାଇମଣ୍ଡ। ଏହି ଆଇସକ୍ରୀମର ଏକ ଚାମଚର ମୂଲ୍ୟ ୮୪୦ ଡ଼ଲାର ଅର୍ଥାତ ୬୦,୦୦୦ ହଜାର। ଏବେ ଏକ ଭରି (୧୦ଗ୍ରାମ) ସୁନାର ଦାମ ୫୦,୦୦୦।
]ଜାଣନ୍ତୁ କେଉଁ କାରଣରୁ ଏହି ଆଇସକ୍ରୀମର ମୂଲ୍ୟ ଏତେ ଅଧିକ। ଆଇସକ୍ରୀମରେ ବ୍ୟବହାର କରାଯାଉଥିବା ଜିନିଷ ପାଇଁ ଏହାର ମୂଲ୍ୟ ଅଧିକ।
ଆଇସକ୍ରୀମକୁ ପ୍ରସ୍ତୁତ କରିବା ପରେ ଏହାକୁ ପରଷା ଯିବା ସମୟରେ ୨୩ କ୍ୟାରେଟ ସୁନାରେ ସଜାଯାଇଥାଏ। ଏହା ଖାଦ୍ୟ ଉପଯୋଗୀ ସୁନା। ଏହାକୁ ପରଷା ଯିବାର ଢଙ୍ଗ ମଧ୍ୟ ସ୍ୱତନ୍ତ୍ର।
ଯେତେ ମହଙ୍ଗା ଏହି ଆଇସକ୍ରୀମ ଏହାକୁ ପରଷା ଯାଉଥିବା କପ୍‍ ଅଥବା ପାତ୍ର ମଧ୍ୟ ସେତେ ମହଙ୍ଗା। ସୁନା ରଙ୍ଗର ସ୍ୱତନ୍ତ୍ର ଦାମୀ ପାତ୍ରରେ ପରଷା ଯାଇଥାଏ। ଦୁବାଇରେ ସୁନାର କଫି ମଧ୍ୟ ଉପଲବ୍ଧ। ଏଠାକାର ଲୋକେ ଏହାକୁ ଗୋଲ୍ଡ କଫି ମଧ୍ୟ କୁହିଥାଆନ୍ତି।

 

Comments are closed.