କାରାଗାର ବନ୍ଦୀଙ୍କ ପାଇଁ ଖେଳ ଉପକରଣ ପ୍ରଦାନ

ଆଠଗଡ଼: ଆଠଗଡ଼ ଉପକାରାଗାରରେ ରହୁଥିବା ବିଚାରାଧୀନ ବନ୍ଦୀଙ୍କ ପାଇଁ ବିଜୁ ଜନତା ଦଳ ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ଖେଳ ଓ ସଂକୀର୍ତ୍ତନ ଉପକରଣ ପ୍ରଦାନ କରିଥିବା ଜଣାପଡ଼ିଛି। ଗତ କିଛିଦିନ ପୂର୍ବରୁ ଉପକାରାଗାର ଯାଇଥିବାବେଳେ ସେଠାରେ ରହୁଥିବା ବନ୍ଦୀମାନେ ଖେଳିବା ପାଇଁ ଏକ କ୍ୟାରମ ବୋର୍ଡ ଏବଂ ସଂକୀର୍ତ୍ତନ ପାଇଁ ଏକ ମୃଦଙ୍ଗ ପ୍ରଦାନ କରିବାକୁ ଶ୍ରୀ ସ୍ୱାଇଁଙ୍କୁ ଅନୁରୋଧ କରିଥିଲେ। ସେମାନଙ୍କ ଅନୁରୋଧ ରକ୍ଷାକରି ଆଦିତ୍ୟ ମଙ୍ଗଳବାର ଏକ କ୍ୟାରମ ବୋର୍ଡ ଓ ଏକ ମୃଦଙ୍ଗ ପଠାଇଥିଲେ। ସଂପୃକ୍ତ ଦୁଇ ଉପକରଣକୁ ନଗରପାଳଙ୍କ ପ୍ରତିନିଧି ପ୍ରକାଶ ରାଉତ, ଉପନଗରପାଳ ବି ଶୁଭ୍ରଶଙ୍କର ଜ୍ୟୋତି, ନଗର ବିଜେଡ ସଭାପତି ଶିଶିର ପ୍ରସାଦ ମାନସିଂହ, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ନଗର ଛାତ୍ର ବିଜେଡି ସଭାପତି ମହମ୍ମଦ୍‌‌ ଖଲିଦ୍‌‌, କଲ୍ୟାଣ ପଟ୍ଟନାୟକ ଓ ରାକେଶ ଦାଶ ପ୍ରମୁଖ ମଙ୍ଗଳବାର ଉପକାରାଗାରକୁ ଯାଇ ଅଧିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକଙ୍କ ଜରିଆରେ ବନ୍ଦୀଙ୍କୁ ଉପକରଣ ଗୁଡିକ ପ୍ରଦାନ କରିଥିଲେ। ବିଚାରାଧିନ ବନ୍ଦୀ ଏ ଉପକରଣ ପାଇବା ପରେ ଆନନ୍ଦ ପ୍ରକାଶ କରିବା ସହ ଯୁବନେତା ଆଦିତ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ।

Comments are closed.