ଅବକାରୀ ଚଢ଼ାଉ ମଦ ଜବତ, ୬ ଗିରଫ 

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅବକାରୀ ବିଭାଗ ବିପୁଳ ପରିମାଣର ମଦ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସଦର ଅବକାରୀ ଇନ୍ସପେକ୍ଟରଙ୍କ ନିମାଇଁ ଚରଣ ସିଂହ ଓ ପାଟଣା ଅବକାରୀ ସବ୍ ଇନ୍ସପେକ୍ଟର ଦିଲିପ କୁମାର ତାଣ୍ଡିଙ୍କ ନେତୃତ୍ୱରେ ପାଟଣା ଥାନା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଏହି ଚଢାଉ ହୋଇଥିଲା । ଚଢାଉ ସମୟରେ ମୋଟ ୩୪ ଲିଟର ମହୁଲି ମଦ ଓ ୩ ଲିଟର ୭୫୦ ବିଦେଶୀ ମଦ ଜବତ କରାଯାଇଛି । ବେଆଇନ ମଦ କାରବାର ଅଭିଯୋଗରେ ସମସ୍ତ ୬ ଜଣଙ୍କୁ  କୋର୍ଟ ଚାଲାଣ କରାଯାଇଥିଲା ।

Comments are closed.