ହରଭଙ୍ଗା ; ୪୮ ଲିଟର ମଦ ଜବତ ,୩ ଗିରଫ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଂଚଳରେ ରବିବାର ଅବକାରୀ ବିଭାଗ ପକ୍ଷରୁ ପୃଥକ ପୃଥକ ତିନୋଟି ସ୍ଥାନରେ ଚଢଉ କରାଯାଇ ୪୮ଲିଟର ଦେଶୀ ମହୁଲି ମଦ ସହ ୩ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନାରେ ବୌଦ୍ଧ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାଏକଙ୍କ ନିର୍ଦ୍ଦେଶ କ୍ରମେ ହରଭଙ୍ଗା ଅବକାରୀ ଇନିସପେକ୍ଟର ରମେଶ ମହାନ୍ତିଙ୍କ ତତ୍ୱାବଧାନରେ ପୁରୁଣାକଟକ ଥାନା ଅର୍ନ୍ତଗତ ଲଇଗାଁ ଛକରୁ ଧନେଶ୍ୱର ବେହେରା (୩୦)ଙ୍କ ଠାରୁ ୧୦ଲିଟର,କଂରଜକଟା ହାଟପଦା ଛକରୁ ଦେବ ବେହେରା(୩୫)ଙ୍କ ଠାରୁ ୨୦ଲିଟର ଏବଂ ରଙ୍ଗମାଟିଆ ଛକରୁ ସନ୍ତୋଷ କୁମ୍ଭାର (୪୩)ଙ୍କ ଠାରୁ ୧୮ଲିଟର ଦେଶୀ ଚୋରା ମହୁଲି ମଦ ଜବତ କରାଯାଇଛି।ଏହି ଘଟଣାରେ ସମସ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।ଏ ନେଇ ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ତିନୋଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।ଆଜିର ଚଢଉ ବେଳେ ହରଭଙ୍ଗା ଅବକାରୀ ଉପ ନିରୀକ୍ଷକ ରମେଶ ମହାନ୍ତି ,ଅବକାରୀ ନିରୀକ୍ଷକ ସାଗରିକା ପ୍ରଧାନ,କନେଷ୍ଟବଲ ପବିତ୍ର ଜଗଦେବ,ସଂଜୟ ସେଠି,ଲୋକନାଥ ଭୋଇ,ପଂଚମୀ ବେହେରା ପ୍ରମୁଖ ସାମିଲ ଥିଲେ।

Comments are closed.