ଅବକାରୀ ଚଢାଉ,୪୦ ଲିଟର ମଦ ସହ ଯୁବକ ଗିରଫ

ବାଙ୍କୀ : ଶନିବାର ଦିନ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନ ଉପରେ ଚଢାଉ କରାଯାଇଥିଲା। ଅବକାରୀ ବିଭାଗ କର୍ମଚାରୀ ବାଙ୍କୀ ଥାନା ଅଧିନ କଦଳୀବାଡି ପଞ୍ଚାୟତର ମାଳବିହାରପୁର ଗ୍ରାମର ପ୍ରଭାକର ସାହୁ(୨୫)ଙ୍କ ଠାରୁ ୪୦ ଲିଟର ଦେଶୀ ଚୋରା ରନ୍ଧାମଦ ଜବତ କରିବା ସହିତ ଏହି କାର୍ଯ୍ୟରେ ବ୍ୟବହାର କରାଯାଇଥିବା ଏକ ହିରୋ ମେଷ୍ଟ୍ରୋ ସ୍କୁଟିକୁ ଜବତ କରାଯାଇଛି। ବାଙ୍କୀ-କଟକ ମୁଖ୍ୟ ରାସ୍ତାରେ ମଦ ନେଇ ଯାଉଥିବା ସମୟରେ ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ଚକାପଦା ଗ୍ରାମ ନିକଟରେ ଯିବକକୁ ଗିରଫ କରିବାରେ ସଫଳ ହୋଇଛି। ଅବକାରୀ ଅଧିକାରୀଙ୍କ ସୂଚନା ଅନୁଯାଇ ଅଭିଯୁକ୍ତକୁ ଅଦାଲତକୁ ପଠାଯାଇଥିବା ଜଣାପଡିଛି।

Comments are closed.