ମଦଭାଟିରେ ଅବକାରୀ ଚଢାଉ: ୯ ହଜାର କେଜି ପୋଚ ସହ ୭୦ ଲିଟର ମହୁଲି ମଦ ଜବତ

ପାଟଣା: କେନ୍ଦୁଝର ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ଅବକାରୀ ବିଭାଗର ଭ୍ରାମ୍ୟମାଣ ଦଳ ଓ ପାଟଣା ଅବକାରୀ ବିଭାଗ ମିଳିତ ଭାବେ ଅଞ୍ଚଳରେ ଅବକାରୀ ଚଢାଉ ସମୟରେ ହୀରାପଶି ଓ ଭାଲିଆଡିହାର ଚୋରା ମଦଭାଟିରୁ ମୋଟ ୯ ହଜାର କେଜି ପୋଚ ସହ ୭୦ ଲିଟର ମହୁଲି ମଦ ଜବତ କରାଯାଇଛି । ତୁରୁମୁଙ୍ଗା ଥାନା ଅଞ୍ଚଳ ହୀରାପଶି ଗ୍ରାମ ବେଆଇନ ମଦଭାଟି ରୁ ୮ ହଜାର କେଜି ମହୁଲ ପୋଚ ସହ ୪୦ ଲିଟର ମହୁଲି ମଦ ଓ ଭାଲିଆଡିହାରୁ ୧ ହଜାର କେଜି ମହୁଲ ପୋଚ ସହ ୩୦ ଲିଟର ମହୁଲି ମଦ ଜବତ କରାଯିବା ସହ ମଦ ରନ୍ଧା ସରଞ୍ଜାମ ଜବତ କରାଯାଇଛି । ପୋଚଗୁଡ଼ିକୁ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରିଦିଆଯାଇଛି । ଅବକାରୀ ନିରୀକ୍ଷକ ନିମାଇଁ ଚରଣ ସିଂହ, ଉପନିରୀକ୍ଷକ ଦୀଲେଶ୍ବର ନାଏକ, ପାଟଣା ଅବକାରୀ ଅଧିକାରୀ ଦିଲ୍ଲିପ କୁମାର ତାଣ୍ଡି ପ୍ରମୁଖ ସ୍ଵତନ୍ତ୍ର ଏପିଆର ଆରକ୍ଷୀଙ୍କ ସହ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କ ଉପସ୍ଥିତିରେ ଚଢାଉ କରିଥିଲା । ପୂର୍ବରୁ ହୀରାପଶି ଗ୍ରାମରେ ଚଢ଼ାଉ ସମୟରେ ଗ୍ରାମବାସୀ ତୁରୁମୁଙ୍ଗା ଆରକ୍ଷୀ ଓ ଅବକାରୀ ବିଭାଗକୁ ମାରଣାସ୍ତ୍ର ଦେଖାଇ ଘୋଉଡାଇ ଦେଇଥିବା ବେଳେ ଆଜିର ଚଢ଼ାଉ ସମ୍ପୁର୍ଣ୍ଣ ପ୍ରସ୍ତୁତି ସହ ହୋଇଥିଲା ।

Comments are closed.