ଅବକାରୀ ବିଭାଗର ଚଢାଉ, ୭୧ ଲିଟର ମଦ ଜବତ ସହ ୫ଗିରଫ

ପାଟଣା: କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ଣରେ ପାଟଣା ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଅବସରରେ ଅବକାରୀ ବିଭାଗ ପକ୍ଷରୁ ୭୧ ଲିଟର ମଦ ଜବତ ସହ ୫ ଜଣଙ୍କୁ ଗିରଫ କରାଯାଇଛି।
ପାଟଣା ଅବକାରୀ ଥାନା ଅଧିକାରୀ ଦୀଲ୍ଲିପ କୁମାର ତାଣ୍ଡିଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ ଡିଆନାଳି, ଜଡିଚାତର, କେନ୍ଦେଇପଶି, କଣ୍ଟିଆପଡା, ଭୀମାପଡା, ପୁଟୁଗାଁ, ଚେମଣା, ବାଉଁଶୁଳି, ତେନ୍ତୁଳିଖୁଣ୍ଟି ଓ ବଲାଣିପଶି ଆଦି ଗ୍ରାମରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବିପୁଳ ପରିମାଣର ପୋଚ ନଷ୍ଟ କରାଯିବା ସହ ଚୋରା ମଦ ଭାଟି ଭାଙ୍ଗିଛି ଅବକାରୀ ବିଭାଗ। ଅବକାରୀ ବିଭାଗ ପକ୍ଷରୁ ୬ଟି ମାମଲା ରୁଜୁ ହୋଇଥିବା ବେଳେ ବେଆଇନ ମଦ କାରବାର ଅଭିଯୋଗରେ ୫ ଜଣ ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଡିଆନାଳି ଗ୍ରାମର ଘାସିରାମ ମୁଣ୍ଡା (୪୬), ଜଡିଚାତର ଗ୍ରାମର ଚତୁର୍ଭୁଜ ବେହେରା(୩୫) ଓ ହାରାଧନ ମୁଣ୍ଡା (୩୮), ଚେମଣା ଗ୍ରାମର ଡାକ୍ତର ମୁଣ୍ଡା (୪୦) ଓ ତେନ୍ତୁଳିଖୁଣ୍ଟି ଗ୍ରାମର ମଙ୍ଗଲ ମାଝି (୨୫) ବୋଲି ଜଣାପଡିଛି।

Comments are closed.