ଅବକାରୀ ବିଭାଗ ନିସ୍କ୍ରୀୟ, ଷୋହଳସାହିରେ ବଢି ଚାଲିଛି ଚୋରାମଦ କାରବାର

ଷୋହଳସାହିରେ ବଢି ଚାଲିଛି ଚୋରାମଦ କାରବାର, ପଦକ୍ଷେପ ନେଉନି ଅବକାରୀ ବିଭାଗ
ଗଡ଼ମଧୁପୁର: ଧର୍ମଶାଳା ଅବକାରୀ ଥାନା ଅଧିନରେ ଏବେ ଚୋରାମଦ କାରବାର ସୀମା ଟପିଲାଣି। ଏପରି ଅଭିଯୋଗ ନେଇ ଅନେକ ସଂଗଠନ ବିଭିନ୍ନ ସମୟରେ ଦାବି ଉପସ୍ଥାପନ କରିଥିଲେ ମଧ୍ୟ ଅବକାରୀ ବିଭାଗ ଏହା ଉପରେ ପଦକ୍ଷେପ ନେଉନାହିଁ। ଫଳରେ ଗ୍ରାମାଞ୍ଚଳ ଏବେ ମଦ ମାଫିଆଙ୍କ ଭୂସ୍ୱର୍ଗ ପାଲଟି ଯାଇଛି। ଏହି ଥାନା ଅଧିନ ଚକ୍ରଧରପୁର ପଞ୍ଚାୟତର ମୁକୁନ୍ଦପୁର ଗହଣା ମୌଜା ଷୋହଳସାହିରେ ବ୍ୟାପକ ଭାବରେ ଚୋରାମଦ ବିକ୍ରି ହେଉଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାଇ ଏହି ଗାଁଁରେ ଆଜକୁ ତିନି ଚାରିମାସ ହେବ ଜନୈକ ଯୁବକ କୋଭିଡ-୧୯ର ସୁଯୋଗରେ ଚୋରାରେ ମଦ ଆଣି ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କୁ ବିକ୍ରି କରୁଛି। ସେହି ଗାଁର କିଛି ଲୋକ ଏହାକୁ ବିରୋଧ କରିଥିଲେ ମଧ୍ୟ ସେହି ଅଞ୍ଚଳରେ ଜଣେ ମୋରମ ମାଫିଆ ଓ ଅନେକ ଅସାମଜିକ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ସହଯୋଗରେ ବେପାର ଚଲାଉଥିବା ସ୍ଥାନୀୟ ଲୋକଙ୍କ ସୁତ୍ରରୁ ପ୍ରକାଶ। ତେବେ ଉକ୍ତ ଚୋରା ମଦ ବେପାରୀ ଜଣକ ନିକଟରେ ମଦ ସହିତ ଧରା ପଡିଥିଲେ ମଧ୍ୟ ଜୋରିମନା ଦେଇ ଖସିଯାଇ ଏବେ ପୁନର୍ବାର ବେପାର ଚଳାଇଥିବା ଜଣାଯାଇଛି। ଏହିଠାରୁ ମଦ କିଣି ମଦୁଆମନେ ନିକଟରେ ଥିବା ଅଙ୍ଗନବାଡି ସେଣ୍ଟର ଓ ଦୁର୍ଗାମନ୍ଦୀର ପରିଷରକୁ ଅପରିଷ୍କାର କରୁଛନ୍ତି। ସେଠାରେ ପକା ଯାଇଥିବା ମଦ ବୋତଲକୁ କୋମଳମତି ପଲାମାନେ ନେଇ ଖେଳନା କରି ଖେଳିବା ସହିତ ଖରାପ ପ୍ରଭାବର ଶିକାର ହେଉଛନ୍ତି। ଏଥି ସହିତ ଗ୍ରାମର ସାମାଜିକ ପରିବେଶ ନଷ୍ଟ ହେଉଛି। ଅବକାରୀ ବିଭାଗ ଓ ସ୍ଥାନୀୟ ପୁଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

Comments are closed.