ପୂର୍ବତନ ବାଚସ୍ପତି ତଥା ସରକାରୀ ଦଳ ମୁଖ୍ୟ ସଚେତକ କିଶୋର ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର: ବରିଷ୍ଠ ବିଜେଡ଼ି ନେତା ତଥା ବ୍ରଜରାଜନଗର ବିଜେଡ଼ି ବିଧାୟକ କିଶୋର କୁମାର ମହାନ୍ତିଙ୍କ ହୃଦ୍‌ଘାତ ଯୋଗୁ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ସୂଚନା ମିଳିଛି। ପୂର୍ବତନ ବାଚସ୍ପତି ତଥା ସରକାରୀ ଦଳ ମୁଖ୍ୟ ସଚେତକ କିଶୋର କୁମାର ମହାନ୍ତି ଝାରସୁଗୁଡ଼ାର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସହ ପୂର୍ବରୁ ଝାରସୁଗୁଡ଼ାରୁ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Comments are closed.