ଆସନ୍ନପ୍ରସବାଙ୍କୁ ଅସଦାଚରଣ ଅଭିଯୋଗ; ପୂର୍ବତନ ସିଡ଼ିଏମଓ ଗିରଫ

ଖୋର୍ଧା: ଜଣେ ଆସନ୍ନ ପ୍ରସବା ମହିଳାଙ୍କୁ ଅସଦାରଚଣ ଅଭିଯୋଗ ହୋଇଛି । ଅସଦାଚରଣ କରିଛନ୍ତି ଜଣେ ପୂର୍ବତନ ସିଡ଼ିଏମ୍ଓ । ସିଡ଼ିଏମ୍ଓଙ୍କ ଘରୋଇ କ୍ଲିନିକରେ ଅସଦାଚରଣ ହୋଇଥିବା ଅଭିଯୋଗ ।

ଘଟଣା ଘଟିଛି ଖୋର୍ଧାରେ । ଖୋର୍ର୍ଧାର ଜଣେ ପୂର୍ବତନ ସିଡ଼ିଏମ୍ଓ ବୈଦ୍ୟନାଥ ନାୟକ ନିଜ ଘରେ ଘରୋଇ ଚିକିତ୍ସା କରୁଛନ୍ତି । ମଙ୍ଗଳବାର ସାମନ୍ତରାପୁର ଅଞ୍ଚଳର ଜଣେ ଆସନ୍ନ ପ୍ରସବା ମହିଳା ଚିକିତ୍ସିତ ହେବା ନିମନ୍ତେ ବୈଦ୍ୟନାଥଙ୍କ କ୍ଲିନିକକୁ ଯାଇଥିଲେ। ମାତ୍ର ସେଠାରେ ସମ୍ପୃକ୍ତ ମହିଳାଙ୍କୁ ଡ଼ା. ବୈଦ୍ୟନାଥ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ଖୋର୍ଧା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି ଓ ଡ଼ା. ବୈଦ୍ୟନାଥଙ୍କୁ ଗିରଫ କରିଛି ।

Comments are closed.