ଶ୍ରୀଲଙ୍କାରେ ଲ୍ୟାଣ୍ଡମାଇନ୍‌ରେ ଗୋଡ ହରାଇଥିବା ପୂର୍ବତନ ଭାରତୀୟ ସୈନ ଅଧିକାରୀଙ୍କ ପରଲୋକ

ଜି ଉଦୟଗିରି – ଭାରତୀୟ ସେନା ପକ୍ଷରୁ ଶ୍ରୀଲଙ୍କାରେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ଯୁଦ୍ଧରେ ସାମିଲ ହୋଇଥିବା ସେନାର ପୂର୍ବତନ କମିସନ୍‌ଡ ଅଫିସର୍‌ ଓଡିଶା ଜି ଉଦୟଗିରିର ଅତୁଳ ଚନ୍ଦ୍ର ପ୍ରଧାନଙ୍କର ଦେହାନ୍ତ ହୋଇଛି । ସେ ୧୯୬୯ ମସିହାରେ ଭାରତୀୟ ସେନାବାହିନୀରେ ଯୋଗ ଦେଇଥିଲେ। ସେହି ସମୟରେ ସେ ପାହାଡ ଭରା ଅଞ୍ଚଳରୁ ଅନେକ ବାଧାବିଘ୍ନ ସତ୍ତ୍ୱେ ଭାରତୀୟ ସେନାରେ ଯୋଗ ଦେଇ ଦେଶ ପାଇଁ ଲଢିଥିଲେ । ପରେ ଶ୍ରୀଲଙ୍କାରେ ଆତଙ୍କବାଦୀଙ୍କ ବିରୋଧରେ ହୋଇଯିବା ଯୁଦ୍ଧରେ ସେ ସାମିଲ ହୋଇଥିଲେ । ସେଠାରେ ଆତଙ୍କବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ଏକ ଲ୍ୟାଣ୍ଡ ମାଇନ୍‌ ଉପରେ ଗୋଡ ପଡିଯିବାରୁ ନିଜର ବାମ ଗୋଡ ହରାଇଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ପରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

Comments are closed.