ଅବକାରୀ ଚଢାଉ ; ୧୦ ଲିଟର ମଦ ଜବତ ଜଣେ ଗିରଫ
ବୌଦ୍ଧ : ବୌଦ୍ଧବ୍ଲକ ଜଡାପାଲ ଗ୍ରାମରେ ଜଣେ ବ୍ୟକ୍ତି ମଦ ଧରି ଯାଉଥିବାବେଳେ ରବିବାର ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୦ ଲିଟର ମଦ ଜବତ କରିବା ସହିତ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜଡାପାଲ ଗ୍ରାମର ନରତ୍ତୋମ ମହାନନ୍ଦିଆ(୪୫) ମଦ ଧରି ଯାଉଥିବା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ସ୍କୁଲ ନିକଟରେ ତାର ତଲାସି ନିଆଯାଇ ଥିଲା। ତଲାସି ନେବାରୁ ତାଠାରୁ ୧୦ ଲିଟର ମଦ ଜବତ କରାଯାଇଥିଲା ଓ ତାକୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।