ବାଙ୍କୀ ଅବକାରୀ ବିଭାଗର ଚଢ଼ଉ; ୪ ଗିରଫ

ବାଙ୍କୀ : ବାଙ୍କୀ ଅବକାରୀ ବିଭାଗ ଏସ୍‌.ଆଇ ତେଲେସ୍କର ଲାକ୍ରାଙ୍କ ତତ୍ୱାବଧାନରେ ଆଜି ୫ ଜଣିଆ ଅବକାରୀ ଟିମ୍‌କୁ ନେଇ ବାଙ୍କୀର ବିଭିନ୍ନ ସ୍ଥାନରେ ବିକ୍ରୀ ହେଉଥିବା ଦେଶୀ ଚୋରାମଦ ଆଡ୍ଡାସ୍ଥଳୀରେ ଚଢ଼ଉ ହୋଇଛି। ଭଗିପୁର ଗ୍ରାମର ହୃଦାନନ୍ଦ ସାହୁଙ୍କ ଠାରୁ ୨୦ ଲିଟର, ଅରପୁରର ପ୍ରସନ୍ନ ସେଠୀ ଠାରୁ ୬ ଲିଟର, ଶିମିଳିପୁର ଭରତ ନାଏକ ଠାରୁ ୮ ଲିଟର, କରବର ଉତ୍ତମା ଦେଉରୀ ଠାରୁ ୧୨ ଲିଟର ଏମିତି ପ୍ରାୟ ୪୬ ଲିଟର ଚୋରା ଦେଶୀମଦ ଜବତ କରିବା ସହ ଏହି ଚାରିଜଣଙ୍କୁ ଅବକାରୀ ଆଇନ୍ ୫୨-ଆଇ ବଳରେ ଗିରଫ୍ କରି ୭୪,୭୫,୭୬,୭୭ / ୨୦ -୨୧ କେସ୍ ନମ୍ବରରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏହି ଅବକାରୀ ଚଢ଼ଉରେ ଏ.ଏସ୍‌.ଆଇ ଦୀପକ ସାମଲ, କନେଷ୍ଟବଳ ବିଶ୍ୱନାଥ ସୋରେନ୍‌, ସନ୍ତୋଷ କୁମାର ମହାରଣା ପ୍ରମୁଖ ସାମିଲ୍ ହୋଇଥିଲେ ।

Comments are closed.