ୟୁରୋ କପ୍: ଇଂଲଣ୍ଡ ଓ ଅଷ୍ଟ୍ରିଆ ବିଜୟ ଅଭିଯାନ

- ଫିନଲାଣ୍ଡ ଓ ବେଲଜିୟମ ବିଜୟୀ

ଲଣ୍ଡନ୍: ୟୁରୋ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରବିବାର ୱେମ୍ବଲି ଷ୍ଟାଡିୟମରେ ଖେଳା ଯାଇଥିବା ଗ୍ରୁପ୍ ‘ଡି’ର ପ୍ରଥମ ମ୍ୟାଚରେ କ୍ରୋଏସିଆକୁ ୧-୦ ଗୋଲରେ ପରାସ୍ତକରି ଇଂଲଣ୍ଡ ପୂରା ୩ ପଏଣ୍ଟ ପାଇଛି। ଦ୍ୱିତୀୟାର୍ଦ୍ଧରେ ଇଂଲଣ୍ଡର ତାରକା ଖେଳାଳି ରହିମ୍ ଷ୍ଟର୍ଲିଂ ଏହି ବିଜୟସୂଚକ ଗୋଲ୍ ଦେଇଥିଲେ। ସେହିପରି ଗ୍ରୁପ-ସିର ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରିଆ ୩-୧ ଗୋଲରେ ଉତ୍ତର ମାସିଡୋନିଆକୁ ପରାସ୍ତ କରିଛି।

ଶନିବାର ରାତିରେ କୋପେନ୍ହାଗେନରେ ଗ୍ରୁପ-ବିର ଖେଳାଯାଇଥିବା ମ୍ୟାଚରେ ଡେନ୍ମାର୍କକୁ ୧-୦ ଗୋଲରେ ହରାଇଛି ଫିନଲାଣ୍ଡ। ପ୍ରଥମଥର ପାଇଁ ଫିନଲାଣ୍ଡ ୟୁରୋ କପ୍ରେ ଖେଳୁଥିବା ବେଳେ ପ୍ରଥମ ମ୍ୟାଚରେ ବିଜୟ ହାସଲ କରି ଇତିହାସ ସୃଷ୍ଟିକରିଛି। ସେହିପରି ସେଣ୍ଟ ପିଟର୍ସବଗରେ ଗ୍ରୁପ-ବି ଖେଳାଯାଇଥିବା ମ୍ୟାଚରେ ବେଲ୍ଜିୟମ୍ ୩-୦ ଗୋଲରେ ରୁଷିଆକୁ ପରାସ୍ତ କରିଛି। ବେଲ୍ଜିୟମର ଏହି ସହଜ ବିଜୟର ବିନ୍ଧାଣୀ ଥିଲେ ରୋମେଲୁ ଲୁକାକୁ।

Comments are closed.