ନବମ ଶ୍ରେଣୀ ଜ୍ୟାମିତି ବହିରେ ତ୍ରୁଟି

ବେଗୁନିଆ: ବୋର୍ଡ଼ ଦ୍ୱାରା ପ୍ରକାଶିତ ନବମ ଶ୍ରେଣୀ ଜ୍ୟାମିତି ବହିର ପ୍ରଚ୍ଛଦ ପୃଷ୍ଠାରେ ଛପା ହୋଇଥିବା ଜ୍ୟାମିତିକ ସୂତ୍ର ଭୁଲ୍‌ ଛପା ଯାଇଥିବାରୁ ଛାତ୍ର, ଶିକ୍ଷକ ଓ ଅଭିଭାବକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ମାଲାଟ ଉପରେ sin square thita – cos square thita=1 ଏବଂ cosec square thita+cot square thita=1 ସୂତ୍ର ଦୁଇଟି ଭୁଲ ଭାବରେ ଛପାଯାଇଛି । ଠିକ ସୂତ୍ରଟି ହେଉଛି sin square thita +cos square thita=1 ଏବଂ cosec square thita – cot square thita=1 ।

ବୋର୍ଡ଼ ଦ୍ୱାରା ଛପା ଯାଇଥିବା ବହିର ମଲାଟ ଉପରେ ଥିବା ତ୍ରୁଟିକୁ ଲକ୍ଷଲକ୍ଷ କୋମଳମତି ଛାତ୍ରଛାତ୍ରୀଙ୍କ ମନରେ ଭ୍ରମାତ୍ମକ ସ୍ଥିତି ଉପୁଜାଇବା ସହିତ ଭୁଲ୍‌ ବାର୍ତ୍ତା ଦେବ। ଏହାଛଡ଼ା ବହିର ଉପର ପୃଷ୍ଠାରେ ଦର୍ଶାଯାଇଥିବା ନାଲି ଚିତ୍ରିତ ଅଂଶ ଭୁଲ ଅଟେ। ତେଣୁ କର୍ତ୍ତୃପକ୍ଷ ଏହି ଭୁଲକୁ ସହୃଦୟତାର ସହ ବିଚାର କରି ସଂଶୋଧନ ପାଇଁ ପଦକ୍ଷେପ ନେଲେ ପିଲାମାନଙ୍କ ହିତଦୃଷ୍ଟିରୁ ଭଲ ହେବ ବୋଲି ବହୁ ଛାତ୍ରାଭିବାବକ କହିଛନ୍ତି । ବେଗୁନିଆ ବ୍ଲକ ଭୋଗଡା ହାଇସ୍କୁଲର ଶିକ୍ଷକ ବଂଶୀଧର ପାଣିଗ୍ରାହୀ ପିଲାଙ୍କୁ ପାଠ ପଢ଼ାଇବା ସମୟରେ ଏହି ଭୁଲକୁ ଦେଖି ଖୋର୍ଦ୍ଧା ଜିଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସେ ବୋର୍ଡ଼ କର୍ତ୍ତୃପକ୍ଷଙ୍କର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।

Comments are closed.