ସମାଜସେବୀ ଇଂ ଅମରେନ୍ଦ୍ର କୁମାର ଦାସଙ୍କ ପରଲୋକ

ଖଇରା: ପରଲୋକରେ ସମାଜସେବୀ ଇଂ ଅମରେନ୍ଦ୍ର କୁମାର ଦାସ । ୯୨ବର୍ଷ ବୟସରେ ଗଣ୍ଡିବେଡ଼ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ସେ ସାରା ଜୀବନ ସମାଜ ସେଵା ସହିତ ଲୋକସେବକ ମଣ୍ଡଳ ଓ ଦୈନିକ ‘ସମାଜ ‘ପାଇଁ ନିଜକୁ ସର୍ମପିତ କରିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। । ସେ ହେଉଛନ୍ତି ବିଶିଷ୍ଟ ନାରୀ ନେତ୍ରୀ ଡ଼ାକ୍ତର ସୁପ୍ରଭା ଦାସଙ୍କ ସ୍ୱାମୀ । ଶ୍ରୀ ଦାସଙ୍କ ବିୟୋଗ ଖବର ପାଇ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ଡ. ପ୍ରଭାସ ଆଚାର୍ଯ୍ୟ ଗଣ୍ଡିବେଡସ୍ଥିତ ବାସଭବନରେ ପହଂଚି ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ। ସୂଚନାଯୋଗ୍ୟ ଯେ କିଛି ମାସ ତଳେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ କେପିଏସ ସ୍କୁଲର ଏକ ଉତ୍ସବରେ ଡ.ଆଚାର୍ଯ୍ୟ ଯୋଗଦେଇଥିଲେ।

Comments are closed.