ଦୀପାବଳି ସୁଦ୍ଧା ଇପିଏଫ୍‌ଓ ଦେବ ପ୍ରଥମ କିସ୍ତି ସୁଧ

ନୂଆଦିଲ୍ଲୀ : ଦେଶର ୬ ​କୋଟି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସଦସ୍ୟଙ୍କ ପାଇଁ ଭଲ ଖବର। କାରଣ ଇପିଏଫ୍‌ଓ ଏବେ ଏହାର ୮.୫% ସୁଧହାର ବାବଦ ପ୍ରଥମ କିସ୍ତି ଅର୍ଥ ଆସନ୍ତା ଦୀପାବଳି ସୁଦ୍ଧା ସଦସ୍ୟଙ୍କୁ ପ୍ରଦାନ କରିବ। ​‌​‌ସୂଚନାଯୋଗ୍ୟ ଇପିଏଫ୍‌ଓ ୨୦୧୯-୨୦ ଆର୍ଥିକବର୍ଷ ନିମନ୍ତେ ଏହାର ସଦସ୍ୟମାନଙ୍କୁ ୮.୫% ସୁଧହାର ପ୍ରଦାନ କରିବ ବୋଲି ପୂର୍ବରୁ ଘୋଷଣା କରିସାରିଛି। ଏହି ସୁଧ ଅର୍ଥକୁ ଦୁଇଟି କିସ୍ତିରେ ପ୍ରଦାନ କରିବାକୁ ସେପ୍ଟେମ୍ବରରେ ଅନୁଷ୍ଠିତ ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ​ବୋର୍ଡ (ସିବିଟି) ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Comments are closed.