୧୪ ଜିଲ୍ଲାରେ କୋହଳ ହେଲା ଇପିଏଫ୍‍ ଓ ଇଏସଆଇ ରିଟର୍ଣ୍ଣ ଦାଖଲ

ଭୁବନେଶ୍ୱର: ବାତ୍ୟାରେ କ୍ଷତିଗ୍ରସ୍ତ ରାଜ୍ୟର ୧୪ଟି ଜିଲ୍ଲାର ଇପିଏଫ୍‍ ଓ ଇଏସଆଇ ରିଟର୍ଣ୍ଣ ଦାଖଲ କୋହଳ କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ଖୋର୍ଦ୍ଧା, କଟକ, ଜଜତସିଂହପୁର, କେନ୍ଦ୍ରାପଡା, ଅନୁଗୋଳ, ଢେଙ୍କାନାଳ, ନୟାଗଡ, ଭଦ୍ରକ, ବାଲେଶ୍ୱର, ମୟୁରଭଂଜ, କେନ୍ଦୁଝର, ଯାଜପୁର ଓ ଗଂଜାମ। ସମ୍ପୃକ୍ତ ଅଂଚଳରେ ଏପ୍ରିଲ ୨୦୧୯ର ଇଫିଏଫ୍‍ ଦେୟ ପୈଠ କରିବା ପାଇଁ ଜୋରିମାନା ବ୍ୟବସ୍ଥା ସ୍ଥଗିତ କରାଯାଇଛି।

ସେହିପରି ଏପ୍ରିଲ୍‍ ୨୦୧୯ ର ଦରମା ବାବଦରେ ଇଏସଆଇ ଦେୟ ପୈଠ କରିବା ଅବଧି ୧୫ ଦିନରୁ ୪୫ ଦିନକୁ ବର୍ଦ୍ଧିତ କରାଯାଇଛି। ଏ ସମ୍ପର୍କିତ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଇପିଏଫ୍‍ ଓ ଇଏସଆଇ କର୍ତୃପକ୍ଷ ଗ୍ରହଣ କରିଛନ୍ତି।

Comments are closed.