୨୧ବଲରେ ଧୂଆଁଧାର ଅର୍ଦ୍ଧଶତକ କରି ରେକର୍ଡ କଲେ ମୋର୍ଗାନ : ମ୍ୟାଚ୍ ସହ ସିରିଜ ହାତେଇଲା ଇଂଲଣ୍ଡ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ସେଞ୍ଚୁରିଅନ କ୍ରିକେଟ ଷ୍ଟାଡିୟମରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ଶେଷ ତଥା ଅନ୍ତିମ ମ୍ୟାଚରେ ଇଂଲଣ୍ଡ ଦଳ ଘରୋଇ ଦଳକୁ ୫ ୱିକେଟରେ ପରାସ୍ତ କରିଛି । ଏହାସହିତ ଇଂଲଣ୍ଡ ତିନି ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜକୁ ୨-୧ରେ ହାତେଇନେଇଛି। ଏହା ସମ୍ଭବ ହୋଇପାରିଛି ଇଂଲିସ୍ ଦଳର ଅଧିନାୟକ ଇଅନ୍ ମୋର୍ଗାନଙ୍କ ପାଇଁ। ମୋର୍ଗାନ ୨୧ବଲରେ ଧୂଆଁଧାର ଅର୍ଦ୍ଧଶତକ ହାସଲ କରିଛନ୍ତି। ଯେଉଁଥିରେ ତାଙ୍କର ୭ଟି ବିଶାଳ କାୟ ଛକା ସାମିଲ ରହିଛି। ଏହାସହିତ ମୋର୍ଗାନ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ୧୦୦ଛକା ମାରିଥିବା କ୍ଲବରେ ସାମିଲ ହୋଇଛନ୍ତି। ସେ ୧୦୦ଟି ଛକା ମାରିବାରେ ବିଶ୍ବର ୫ନମ୍ବର ଖେଳାଳି ହୋଇଛନ୍ତି। ଏହି ମ୍ୟାଚରେ ସେ ସମୁଦାୟ ୨୨ଟି ବଲ ଖେଳି ୫୭ରନ ସଂଗ୍ରହ କରିଥିଲେ।
ମୋର୍ଗାନଙ୍କ ପୂର୍ବରୁ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ କ୍ରିକେଟରେ ରୋହିତ ଶର୍ମା ୧୨୭ଟି ଛକା ମାରିଥିବା ବେଳେ ମାର୍ଟିନ ଗପଟିଲ ୧୧୯ଟି, କଲିଂ ମୁନରୋ ୧୦୭ଟି ଏବଂ କ୍ରିଶ୍ ଗେଲ ୧୦୫ଟି ଛକା ମାରିଥିଲେ।

pic courtesy-bbc.com

Comments are closed.