ଶିଶୁସୌରଭ ପକ୍ଷରୁ ପରିବେଶ ସୁରକ୍ଷା ଅଭିଯାନ

ଗଡମଧୁପୁର : ଯାଜପୁର ଜିଲାର ଶିଶୁ ଓ କିଶୋର ପତ୍ରିକା ‘ଶିଶୁ ସୌରଭ’ ପରିବାର ଆନୂକୁଳ୍ୟରେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ସିନ୍ଦୁରିଆ ପଂଚାୟତର ପ୍ରତାପପୁରସ୍ଥ ଚମ୍ପକେଶ୍ୱର ମହାଦେବ ମନ୍ଦୀର ପ୍ରାଙ୍ଗଣରେ ବେଲ ଗଛ ଲଗାଯିବା ସହିତ ପରିବେଶ ସୁରକ୍ଷା ସଂପର୍କରେ ଏକ ଅଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ଅଭିମନ୍ୟୁ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିବେଶପ୍ରେମୀ ତଥା ଯୁବ ସମାଜସେବୀ ଦୀଲିପ କୁମାର ଜେନା ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଦୁର୍ଗା ପ୍ରଶନ୍ନ ଦାସ, ନୃସିଂହ ଚରଣ ମିଶ୍ର, ଅଧ୍ୟାପକ ଚନ୍ଦନ ପ୍ରଧାନ, ନିରଞ୍ଜନ ପରିଡା, ଶରତ ଜେନା ପ୍ରମୁଖ ଯୋଗ ଦେଇ ଆମ ପରିବେଶ ଆମ ହାତରେ ବୋଲି ମତ ବ୍ୟକ୍ତ କରିଥିଲେ। ଆଦିତ୍ୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.