ପିଜି ପାଠ୍ୟକ୍ରମ ପଇଁ ଏକକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର : ବିଶ୍ବବିଦ୍ୟାଳୟ କୁଳପତି ସମ୍ମିଳନୀରେ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୦୨୦ ଶିକ୍ଷା ବର୍ଷ ପିଜି ପାଠ୍ୟକ୍ରମ ପଇଁ ଏଣିକି ଏକକ ପ୍ରବେଶିକା ପରୀକ୍ଷା କରାଯିବ। ରାଜ୍ୟରେ ପିଜି ପାଠ୍ୟକ୍ରମ ପାଇଁ ସସସ୍ତ ବିଶ୍ବବିଦ୍ୟାଳୟରେ ଗୋଟିଏ ଦିନରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏହା ସହ ଜୁନ ୧୫ ସୁଦ୍ଧା ସବୁ ବିଶ୍ବବିଦ୍ୟାଳୟର +୩ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ କୁଳପତି ସମ୍ମିଳନୀପରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।

Comments are closed.