ଗୁଜରାଟ କଂଗ୍ରେସର ମୂଲ୍ୟ ମାତ୍ର ୨୫ କୋଟି ! କାହଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି

ଗାନ୍ଧୀନଗର: ଗୁଜରାଟ କଂଗ୍ରେସର ମୂଲ୍ୟ ୨୫ କୋଟି ଟଙ୍କା ! ଏ କଥା ଆଉ କେହି ନୁହେଁ ଖୋଦ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି କହିଛନ୍ତି । ବିଧାନସଭା ଉନିର୍ବାଚନ ନିମନ୍ତେ ଏକ ନିର୍ବାଚନୀ ସଭାରେ ମାତ୍ର ୨୫ କୋଟି ଟଙ୍କା ଖର୍ଚ କଲେ ପୁରା ଗୁଜରାଟ କଂଗ୍ରେସକୁ କିଣାଯାଇ ପାରିବ ବୋଲି ଶ୍ରୀ ରୂପାନି କହିଛନ୍ତି ।

ଗୁରୁବାର ସୁରେନ୍ଦ୍ରନଗର ନିକଟ ଲିମ୍ବଡି ଠାରେ ଏକ ରାଲିରେ ସମ୍ବୋଧନ କରିବା ଅବସରରେ ଶ୍ରୀ ରୂପାନି କହିଛନ୍ତି ଯେ ବର୍ତ୍ତମାନର କଂଗ୍ରେସରେ  ଆଉ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ନାହିଁ। ଆଜିର କଂଗ୍ରେସ କେବଳ ମହାତ୍ମା ଗାନ୍ଧୀଙ୍କ ନୁହେଁ ବରଂ କେବଳ ରାହୁଲ ଗାନ୍ଧୀଙ୍କର ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ  ରୁପାନି ଜଣେ ପୂର୍ବତନ ବିଧାୟକଙ୍କୁ ୨୫ କୋଟି ଟଙ୍କାରେ କିଣାଯିବାଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି କଂଗ୍ରେସ ନିଜର ବିଧାୟକମାନଙ୍କୁ ସମ୍ମାନ କରେ ନାହିଁ ଏବଂ ଦଳ ଛାଡିବା ପରେ ଏଭଳି ଅଭିଯୋଗ ସ୍ବାଭାବିକ ଆସେ ତେବେ ସମଗ୍ର ଗୁଜୁରାଟ କଂଗ୍ରେସକୁ ୨୫ କୋଟି ଟଙ୍କାରେ କିଣାଯାଇପାରିବ ବୋଲି ସେ ଏହି ଅବସରରେ ମନ୍ତବ୍ୟ ଦେଇଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଉପରେ ମଧ୍ୟ ରୂପାନି ବେଶ୍ ବର୍ଷିଛନ୍ତି । ସେ କହିଛନ୍ତି ଯେ ପଡୋଶୀ ରାଜ୍ୟ ମହାରାଷ୍ଟ୍ରରେ କଂଗ୍ରେସ ସରକାର ଅଛି,ଯେଉଁଠାରେ ସଂକ୍ରମଣ ହେତୁ ୪୫୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ବ୍ୟବସ୍ଥା ନାହିଁ | ଲୋକମାନେ ଫୁଟପାଥରେ ବୁଲୁଛନ୍ତି ଏବଂ କୋଭିଡ -୧୯ ରୁ ପ୍ରାଣ ହରାଇଥିବା ଲୋକଙ୍କ ଶବ ସେଠାରେ ଏଠିସେଠି ପଡ଼ି ରହୁଛି । ଗୁଜୁରାଟରେ ଆମର ଅତିରିକ୍ତ ଶଯ୍ୟା ଉପଲବ୍ଧ ଏବଂ ଏଠାରେ ଶଯ୍ୟାର ଅଭାବ ନାହିଁ।

Comments are closed.