ରାଜି ହେଲେ ଗୌରୀ

କିଙ୍ଗ୍ ଖାନ୍ ଶାହରୁଖ୍‌ଙ୍କ ପତ୍ନୀ ଗୌରୀଙ୍କୁ କିଏ ବା ନ ଜାଣେ। ଗୌରୀ ଯଦିଓ ଅଭିନୟ କରୁନାହାନ୍ତି କିନ୍ତୁ ଏହି କ୍ଷେତ୍ର ସହ ଓତପ୍ରୋତ ଭାବେ ଜଡ଼ିତ। ନିଜ ପ୍ରଯୋଜନା ସଂସ୍ଥା, ଇଣ୍ଟେରିୟର ଡିଜାଇନିଂ କାର୍ଯ୍ୟକ୍ରମକୁ ସେ ଆଗକୁ ବଢ଼ାଇବାରେ ଲାଗିଛନ୍ତି। ଗଣମାଧ୍ୟମ, ସାକ୍ଷାତକାର୍‌ ଠାରୁ ଗୌରୀ ବହୁ ଦୂରରେ। ତାଙ୍କ କହିବା କଥା ହେଲା, ଏସବୁ ମୋ କାମ ନୁହେଁ। ମୋ ସ୍ବାମୀ, ବଡ଼ ପୁଅ ଆର୍ଯ୍ୟନ୍, ଝିଅ ସୁହାନା ଅଭିନୟ କ୍ଷେତ୍ରରେ କାମ କରୁଛନ୍ତି।

ସେମାନେ ସାକ୍ଷାତକାର୍ ଦେବା ଜରୁରୀ। ସେଥିପାଇଁ ଗୌରୀ ସବୁବେଳେ ଆଢ଼ୁଆଳରେ ରହିବାକୁ ପସନ୍ଦ କରନ୍ତି। ନିକଟରେ କଫି ୱିଥ୍ କରନ୍‌ରେ ଗୌରୀ ଦେଖାଦେବେ। ୨୦୦୫ରେ ଥରୁଟିଏ ଏହି କାର୍ଯ୍ୟକ୍ରମର ଗୋଟିଏ ଏପିସୋଡରେ ଗୌରୀ ଅଂଶଗ୍ରହଣ କରିଥିଲେ। ୧୭ ବର୍ଷ ପରେ ପୁଣି ସେ ଆସିଛନ୍ତି। ଏଥରକ ଦୁଇ ବାନ୍ଧବୀ ଭାବନା ପାଣ୍ଡେ ଓ ମହୀପ କପୁର ମଧ୍ୟ ତାଙ୍କ ସହ ଉପସ୍ଥିତ ଅଛନ୍ତି। କିଛି ମାସ ତଳେ କରନ୍‌ କୌଣସି ଏକ ପାର୍ଟିରେ ଗୌରୀଙ୍କୁ ଏହି କାର୍ଯ୍ୟକ୍ରମକୁ ଆସିବାକୁ ଅନୁରୋଧ କରିଥିଲେ। ଏତେ ବର୍ଷ ପରେ କରନ୍‌ଙ୍କ ଅନୁରୋଧକୁ ରକ୍ଷା କରି ପୁଣି ଥରେ ସେ ରାଜି ହୋଇଛନ୍ତି।

Comments are closed.