ଧାନମଣ୍ଡି ପରିଚାଳନାରେ ଅନିୟମିତତା ଅଭିଯୋଗ ଖଣ୍ଡନ ; ଦଲାଲମାନେ କରିଥିଲେ ଅଭିଯୋଗ

ସ୍ୱୟଂ ସହାୟକ ଗୋଷ୍ଠୀ ବିରୋଧରେ ଦଲାଲଙ୍କ ଚକ୍ରାନ୍ତ

ମାଲକାନଗିରି : ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ବିଗତ ବର୍ଷ ୨୦୨୧-୨୨ ଆର୍ଥିକ ବର୍ଷରେ ଧାନମଣ୍ଡି ପରିଚାଳନା କରିବା ନିମନ୍ତେ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦିଆ ଯାଇଥିଲ। । ଏହି ସ୍ୟଂ ସହାୟକଗୋଷ୍ଠୀଙ୍କ ବିରୋଧରେ ଦଲାଲ ତଥା ବିଭିନ୍ନ ଚକ୍ରାନ୍ତକାରୀ ଗୋଷ୍ଠୀମାନେ ମିଥ୍ୟା ଅଭିଯୋଗ କରି ଆସୁଥିଲେ। ଚଳିତ ଆର୍ଥିକ ବର୍ଷ ପୁନର୍ବାର ତିନୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନମଣ୍ଡି ନିମନ୍ତେ ଚାଷୀ ପଂଜିକରଣ ଦାୟିତ୍ୱ ଦିଆ ଯାଇଥିଲା ବେଳେ ପୁଣି ଦଲାଲମାନଙ୍କ ଦ୍ୱାରା ମିଥ୍ୟା ଅଭିଯୋଗ ହୋଇଥିବା ସ୍ପଷ୍ଟ ହୋଇଛି। ସୂଚନା ମୁତାବକ ଗତ ଏକମାସ ତଳେ ଏମ୍.ଭି. ୧୧ ଧାନମଣ୍ଡି ନିମନ୍ତେ ଏହି ଗ୍ରାମର ଜୟମା କାଳୀ ସ୍ୱୟଂ ସହାୟକ ଗୋଷ୍ଠିକୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇ ଚାଷୀ ପଂଜିକରଣ ନିମନ୍ତେ ଦାୟିତ୍ୱ ଦିଆ ଯାଇଥିଲ। । ପରେ ଏହି ସ୍ୱୟଂ ସହାୟକ ଗୋଷ୍ଠି ଚାଷୀ ପଂଜିକରଣ କଲେ ଦଲାଲ ମାନଙ୍କ ପ୍ରକୃତ ମୁଖା ସାମନାକୁ ଆସୁଥିବା ଯୋଗୁଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ପୁଣି ବିରୋଧ କରିବା ଆରମ୍ଭ କରିଥିାଲେ।

ଏ ସମ୍ବନ୍ଧରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଗତ ଆର୍ଥିକ ବର୍ଷରେ ଧାନ ମଣ୍ଡି ପରିଚାଳନା ସମୟରେ ଏମାନେ ଅନିୟମିତତା କରିଥିବା ଅଭିଯୋଗ କରିଥିଲେ। ଏହି ଗୋଷ୍ଠିକୁ ପୁଣି ଧାନ ମଣ୍ଡି ପରିଚାଳନା ଦାୟିତ୍ବ ଦିଆ ନ ଯିବା ନିମନ୍ତେ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଥିଲ। ଏହାକୁ ଆଧାର କରି ସୋମବାର ଦିନ ଦିନ ଏକ ତଦନ୍ତକାରୀ ଦଳ ସିନ୍ଧ୍ରିମାଳ ଗ୍ରାମ ପଂଚାୟତ ତଥା ଗୌଡଗୁଡା ଗ୍ରାମ ପଂଚାୟତକୁ ଆସି ତଦନ୍ତ କରିଥିଲେ। ଏହି ତଦନ୍ତ ସମୟରେ ସିନ୍ଧ୍ରିମାଳ ସରପଂଚ ଘାସି ନାୟକ ତଥା ଗ୍ରାମବାସୀ ମାନେ ଅଭିଯୋଗ ସମ୍ବନ୍ଧରେ ବଡ ଖୁଲାସା କରିଥିଲେ। ତାଙ୍କ କହିବା ଅନୁସାରେ ଅଭିଯୋଗ ପତ୍ରରେ  ଚାରି ରୁ ପାଂଚଜଣଙ୍କ ଦଲାଲ ମାନଙ୍କ ନାମ ରହିଛଇ। ବିଶେଷ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଧାନମଣ୍ଡି ପରିଚାଳନା କଲେ ଏହି ଦଲାଲ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦ୍ୱାରା ସେମାନଙ୍କ ନିଜ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ତଥା ଲ୍ୟାମ୍ପକୁ ଦେବା ନିମନ୍ତେ ସେମାନେ ଏଭଳି ଚକ୍ରାନ୍ତ କରି ଅଭିଯୋଗ କରିଥିବା ଗ୍ରାମବାସୀ ତଥା ସରପଂଚ ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ବିଗତ ବର୍ଷରେ ଏମ୍.ଭି. ୧୧ ଧାନମଣ୍ଡିରେ ଜୟମା କାଳୀ ସ୍ୱୟଂ ସହାୟକ ଗୋଷ୍ଠି ବହୁ ଭଲ ଭାବେ ପରିଚାଳନା କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହି ମହିଳା ଗୋଷ୍ଠିଙ୍କୁ ଧାନମଣ୍ଡି ପରିଚାଳନା ଦେବା ନିମନ୍ତେ ସେ ଅନୁରୋଧ କରିଛନ୍ତିା ଆଜି ଏହି ତଦନ୍ତ ସମୟରେ ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ (ଡିପିସି) ନିରଂଜନ ତାଙ୍ଗାରାଙ୍ଗା, ବ୍ଲକ ପ୍ରକଳ୍ପ ପରିଚାଳକ ନିହାର ରଂଜନ ସ୍ୱାଇଁ, ମାଲକାନଗିରି ବ୍ଲକ ଯୋଗାଣ ନିରୀକ୍ଷକ ପ୍ରଭୁରଂଜନ ମହାନ୍ତି, ତଥା ଅନ୍ୟାନ୍ୟ କର୍ମଚାରୀ ମାନେ ଉସ୍ଥିତ ଥିଲେ।

Comments are closed.