ଭାରତ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ୍‌: ଅଗଷ୍ଟ ୫ରୁ ଭାରତ ବିପକ୍ଷରେ ଘରୋଇ ଇଂଲଣ୍ଡ ୫ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ ଖେଳିବ। ଏହି ସିରିଜ୍‌ର ପ୍ରଥମ ୨ଟି ମ୍ୟାଚ୍‌ ପାଇଁ ବୁଧବାର ଇଂଲଣ୍ଡର ୧୭-ଜଣିଆ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଅଗଷ୍ଟ ୪ରୁ ପ୍ରଥମ ଓ ୧୨ରୁ ଭାରତ-ଇଂଲଣ୍ଡ ୨ୟ ଟେଷ୍ଟମ୍ୟାଚ୍‌ ଖେଳାଯିବ। ପରେ ପୁଣି ଇଂଲଣ୍ଡ ଦଳ ଘୋଷଣା କରାଯିବ।

ଇଂଲଣ୍ଡ ଟେଷ୍ଟ ଦଳ : ଜୋ ରୁଟ୍‌ (ଅଧିନାୟକ), ଜେମ୍‌ସ ଆଣ୍ଡରସନ୍, ଜନି ବେୟାରଷ୍ଟୋ, ଡମ୍ ବେସ୍, ଷ୍ଟୁଆର୍ଟ ବ୍ରଡ୍‌, ରୋରି ବର୍ନସ, ଜୋସ୍ ବଟ୍‌ଲର, ଜ୍ୟାକ୍‌ କ୍ରଲି, ସାମ୍ କରନ୍, ହସିବ୍ ହମିଦ୍, ଡାନ୍ ଲରେନ୍‌ସ, ଜ୍ୟାକ୍‌ ଲିଚ୍, ଓଲି ପୋପ୍, ଓଲି ରବିନ୍‌ସନ, ଡମ୍ ସିବ୍‌ଲି, ବେନ୍ ଷ୍ଟୋକ୍‌ସ ଓ ମାର୍କ ଉଡ୍‌।

Comments are closed.