ଯୁବ ଇଞ୍ଜିନିୟରଙ୍କ କରୋନାରେ ମୃତ୍ୟୁ

ଗୁରୁଡିଝାଟିଆ: ଯୁବ ଇଞ୍ଜିନିୟର ମୃତ୍ୟୁଞ୍ଜୟ ପ୍ରଧାନ(୩୬) ଙ୍କ କରୋନାରେ ମୃତ୍ୟୁ ଘଟିଛି। ସ୍ୱର୍ଗତ ପ୍ରଧାନ ଜଣେ ମେଧାବୀ ଛାତ୍ର ଭାବରେ ମେକାନିକାଲ ଇଞ୍ଜିନିୟରିଂ ଡିଗ୍ରୀ ପାଶ୍ କଲାପରେ ଗୁଜୁରାଟର ରାଜକୋଟଠାରେ ରିଲାଏନ୍ସ ପେଟ୍ରୋକେମିକାଲସରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ଗତ ୧୯ ତାରିଖରେ କରୋନା ରେ ଆକ୍ରାନ୍ତ ଥାଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ଘଟିଛି। ବିଡାନାସୀ ନିବାସୀ କଟକ ଗାୟତ୍ରୀ ପରିବାରର ବରିଷ୍ଠ କାର୍ଯ୍ୟକର୍ତ୍ତା ଅଗାଧୁ ଚରଣଙ୍କ ଜ୍ୟେଷ୍ଠ ପୁତ୍ର ଇଞ୍ଜିନିୟର ପ୍ରଧାନଙ୍କ ବିୟୋଗରେ ନିଜ ବାସଭବନ କଟକ ବିଡାନାସୀ ଓ ନିଜ ଜନ୍ମସ୍ଥାନ ନିଆଳିର ତିହୁଡିରେ ଶୋକର ଛାୟା ଖେଳିଯାଇଛି।

Comments are closed.