ଖଡ଼୍‌ଗେଙ୍କୁ ଇଡି ପଚରାଉଚୁରା

ନୂଆଦିଲ୍ଲୀ : ‘ନାସନାଲ ହେରାଲ୍ଡ’ ପତ୍ରିକା ଦୁର୍ନୀତି ମାମଲାରେ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼୍‌ଗେଙ୍କୁ ସୋମବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପଚରାଉଚୁରା କରିଛି। ଏହି ପତ୍ରିକା କଂଗ୍ରେସ ଦଳ ସହିତ ସମ୍ପୃକ୍ତ ଥିବାବେଳେ ଏଥିରେ ହୋଇଥିବା ଦୁର୍ନୀତି ନେଇ ୟଙ୍ଗ ଇଣ୍ଡିଆ ଓ ଆସୋସିଏଟେଡ୍‌ ଜର୍ଣ୍ଣାଲ ନାମକ ଅନ୍ୟ ଦୁଇ ପତ୍ରିକା ମଧ୍ୟ ଇଡି ଓ ଆୟକର ବିଭାଗ ନଜରରେ ରହିଛି। ଇଡି ଡକରାକ୍ରମେ ଖଡ଼୍‌ଗେ ଏହାର କାର୍ଯ୍ୟାଳୟରେ ହାଜର ହୋଇଥିଲେ ଏବଂ ଆବଶ୍ୟକ ସ୍ପଷ୍ଟୀକରଣ ପ୍ରଦାନ କରିଥିଲେ। ଗତ ବର୍ଷ ଏହି ମାମଲାରେ ହରିୟାଣାରେ ଥିବା ୬୪କୋଟି ଟଙ୍କା ସମ୍ପତ୍ତିକୁ ଇଡି ଜବତ କରିଥିଲା। ପଞ୍ଚକୂଳାସ୍ଥିତ ଏହି ଆସୋସିଏଟେଡ୍‌ ଜର୍ଣ୍ଣାଲକୁ ବେଆଇନ ଭାବେ ଦିଆଯାଇଥିବାର ଅଭିଯୋଗ ହୋଇଥିଲା।

Comments are closed.