ହ୍ବାଇଟ୍ ହାଉସ୍ ବାହାରେ ଗୁଳିକାଣ୍ଡ ; ଅଧାରୁ ବନ୍ଦ ହେଲା ସାମ୍ବାଦିକ ସମ୍ମିଳନୀ

ଓ୍ଵାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବାବେଳେ ହ୍ବାଇଟହାଉସ୍ ବାହାରେ ଗୁଳିକାଣ୍ଡ ଘଟିଛି। ହ୍ବାଇଟ ହାଉସ ବାହାରେ ଜଣେ ବ୍ୟକ୍ତି ଗୁଳିମାଡ କରିଥିବା ଜଣାପଡ଼ିଛି। ଏହାର ପାଲଟା ଜାବବରେ ସୁରକ୍ଷା କର୍ମୀମାନେ ମାରଣାସ୍ତ୍ର ରଖିଥିବା ଏକ ସଂଦିଗ୍ଧ ବ୍ୟକ୍ତି ଉପରକୁ ଗୁଳି ଚଳାଛନ୍ତି।

ଟ୍ରମ୍ପଙ୍କ ସୁରକ୍ଷା କରୁଥିବା ୟୁଏସ ସିକ୍ରେଟ ସର୍ଭିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ,  ହ୍ଵାଇଟହାଉସ ନିକଟସ୍ଥ ପେନସିଲଭାନିଆ ଆଭେନ୍ୟୁ ନିକଟରେ ଜଣେ ସିକ୍ରେଟ ସର୍ଭିସ ଅଫିସ ମୁତୟନ ଥିଲେ। ଏହି ସମୟରେ ଏକ ସଂଦିଗ୍ଧ ବ୍ୟକ୍ତି ତାଙ୍କ ନିକଟକୁ ଆସି ନିଜ ଶରୀରରୁ ଏକ ମାରଣାସ୍ତ୍ର ପରି ସାମଗ୍ରୀ ବାହାର କରିବାକୁ ଉଦ୍ୟମ କରିବା ବେଳେ ଅଫିସ ତା ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣା ପରେ ସଂପୃକ୍ତ ବ୍ୟକ୍ତିକୁ ଡାକ୍ତରଖାନା ନିଆଯାଇଛି।

Comments are closed.