ଚୌଦ୍ୱାରରେ ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ

କଟକ : କଟକ ଚୌଦ୍ୱାର ଅଞ୍ଚଳରେ ରବିବାର ପୁଲିସ ଓ ସ୍ପେଶାଲ ସ୍କ୍ବାଡ଼୍‌ର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ସାହୁ ଓରଫ ଜିତୁ ଗୁରୁତର ଭାବେ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜିତୁ ନିକଟରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରାଯାଇଛି।
ସୂଚନାଯୋଗ୍ୟ, ଜିତୁକୁ ଧରିବାକୁ ପୁଲିସ ଅନେକ ଦିନ ଧରି ଚେଷ୍ଟା ଜାରି ରଖିଥିଲା। ବିଭିନ୍ନ ଡକାୟତି ଓ ଲୁଟ ଘଟଣାରେ ତା’ର ସମ୍ପୃକ୍ତି ରହିଛି। କଟକ ବ୍ୟତୀତ ଅନ୍ୟ ଜିଲାରେ ମଧ୍ୟ ଜିତୁ ନାଁରେ ମାମଲା ରହିଥିବା ପୁଲିସ କହିଛି।

Comments are closed.